ଭିଜିଲାନ୍ସ ଜାଲରେ ଇନ୍ଦ୍ରାବତୀ ପ୍ରକଳ୍ପର ପୂର୍ବତନ ଡ୍ରାଇଭର, ଏକକାଳୀନ ୪ଟି ସ୍ଥାନରେ ଚାଲିଛି ଚଢାଉ

କଳାହାଣ୍ଡି: ଭିଜିଲାନ୍ସ ଜାଲରେ ପୂର୍ବତନ ଡ୍ରାଇଭର । ଇନ୍ଦ୍ରାବତୀ ପ୍ରକଳ୍ପର ପୂର୍ବତନ ଡ୍ରାଇଭର ରମେଶ ଚନ୍ଦ୍ର ପଣ୍ଡାଙ୍କ ଘରେ ଭିଜିଲାନ୍ସ ରେଡ୍ କରିଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଧର୍ମଗଡ ସ୍ଥିତ କୋଠାଘର ଓ ଲଜ୍ରେ ଚଢାଉ ଜାରି ରହିଛି । ଏହି ଚଢାଉରେ ରାୟଗଡା,କୋରାପୁଟ, ନୂଆପଡା ଓ କଳାହାଣ୍ଡିର ଭିଜଲାନ୍ସ ଟିମ ସାମିଲ ହୋଇଛି ।
ଏକକାଳୀନ ୪ଟି ସ୍ଥାନରେ ଭିଜିଲାନ୍ସ କରୁଛି ଖୋଳତାଡ । ବର୍ତ୍ତମାନ ସୁଦ୍ଧା ସୁନା ଗହଣା, ଜମି କାଗଜପତ୍ର, ବିମା କାଗଜ ପତ୍ର ଓ ଏଟିଏମ୍ କାର୍ଡ ଜବତ ହୋଇଛି ।