ସିବିଏସ୍‌ଇ ବୋର୍ଡ ପରୀକ୍ଷା ନେଇ ଆସନ୍ତାକାଲି ଘୋଷଣା ହେବ ତାରିଖ, ଟ୍ଵିଟ୍‌ କରି ସୂଚନା ଦେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ

ନୂଆଦିଲ୍ଲୀ: ୨୦୨୦-୨୧ ଶିକ୍ଷାବର୍ଷରେ CBSE ବୋର୍ଡ ପରୀକ୍ଷା କେବେ ହେବେ ସେନେଇ ଆସନ୍ତାକାଲି ଜଣାପଡ଼ିବ । ଦଶମ ଓ ଦ୍ୱାଦଶ ଶ୍ରେଣୀର ବୋର୍ଡ ପରୀକ୍ଷା ତାରିଖ କାଲି ସଂଧ୍ୟା ୬ଟାରେ ଘୋଷଣା କରାଯିବ । ଏନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ଟ୍ଵିଟ୍‌ କରି ସୂଚନା ଦେଇଛନ୍ତି । ଦେଶରେ କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ଆସନ୍ତା ଫେବ୍ରୁଆରୀ ମାସରେ ପରୀକ୍ଷା କରାଯିବ ନାହିଁ । କେବେ ପରୀକ୍ଷା ହେବ ସେନେଇ କାଲି ଜଣାପଡ଼ିବ ।

ମନ୍ତ୍ରୀ କହିଛନ୍ତି, ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା ଅଫ୍‌ଲାଇନ୍‌ରେ କରାଯିବ । କୌଣସି ପରିସ୍ଥିତିରେ ପରୀକ୍ଷା ବାତିଲ ହେବ ନାହିଁ ବୋଲି କହିଥିଲେ ଶିକ୍ଷା ମନ୍ତ୍ରୀ । ଏପଟେ କେବେ ହେବ ମାଟ୍ରିକ୍‌ ପରୀକ୍ଷା ? ପ୍ରଶ୍ନପତ୍ର ଢାଞ୍ଚା କ’ଣ ରହିବ ? ରେଗୁଲାର ଓ ଏକ୍ସରେଗୁରାଲ ପାଇଁ ଭିନ୍ନ ଭିନ୍ନ ପ୍ରଶ୍ନ ହେବ କି ? ପରୀକ୍ଷାର ସମୟ କେତେ ରହିବ ? ଶିକ୍ଷାବର୍ଷ ଶେଷ ହେବାକୁ ବସିଥିବା ବେଳେ ଏପରି ଅନେକ ପ୍ରଶ୍ନ ଛାତ୍ରଛାତ୍ରୀଙ୍କ ମନରେ ଉଙ୍କି ମାରୁଛି ।

ramesh pokhriyalପ୍ରତ୍ୟେକ ବର୍ଷ ମାଟ୍ରିକ୍‌ ପରୀକ୍ଷାର ୫ ମାସ ପୂର୍ବରୁ ପ୍ରଶ୍ନପତ୍ର ପ୍ରସ୍ତୁତି ଆରମ୍ଭ ହୋଇଥାଏ । ହେଲେ ଏବର୍ଷ ମାଟ୍ରିକ୍‌ ପରୀକ୍ଷା ବିଷୟରେ ବୋର୍ଡ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ । ଏହାରି ଭିତରେ ଆଜି ବୋର୍ଡର ଗରୁତ୍ୱପୂର୍ଣ୍ଣ ସାଧାରଣ ପରିଷଦ ବୈଠକ ବସୁଛି । ହେଲେ ଏଥିରେ ପରୀକ୍ଷା ନେଇ ଆଲୋଚନା ହେବ ନାହିଁ । ସରକାର ପ୍ରଥମେ ସ୍କୁଲ ଖୋଲିବେ ଓ ତାପରେ ବୋର୍ଡ ପରୀକ୍ଷା ନେଇ ନିଷ୍ପତ୍ତି ନିଆଯିବ ବୋଲି ବୋର୍ଡ ସଭାପତି କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.