Below header

ବାଂଶପାଳ ଫୁଲଝର ରୁଗୁଡି ସାହିରେ ବୀଭତ୍ସ ହତ୍ୟାକାଣ୍ଡ: ଟାଙ୍ଗିଆରେ ହାଣି ଜଣଙ୍କୁ ହତ୍ୟା କଲା ଯୁବକ

ବାଂଶପାଳ: କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ନୟାକୋଟ ଥାନା ଫୁଲଝର ରୁଗୁଡି ସାହିରେ ଘଟିଛି ଅଭାବନୀୟ ଘଟଣା। ଗ୍ରାମର ଦାମୋଦର ମୁଣ୍ଡାଙ୍କୁ ଟାଙ୍ଗିଆରେ ହାଣି ବୀଭତ୍ସ ହତ୍ୟା କରାଯାଇଛି। ସୂଚନା ମୁତାବକ, ଆଜି ସକାଳେ ହଳ କରିବାକୁ ଘରୁ ବାହାରୁଥିବା ବେଳେ ମତେ ମୁଣ୍ଡା ନାମକ ଜଣେ ଯୁବକ ଏକ ଟାଙ୍ଗିଆରେ ଦାମୋଦରଙ୍କୁ ଅତି ବିଭତ୍ସ ଭାବେ ହତ୍ୟା କରିଥିଲା ।

ଖବର ପାଇ ଘଟଣା ସ୍ଥଳରେ ନୟାକୋଟ ପୋଲିସ ପହଞ୍ଚି ତଦନ୍ତ କରୁଛି। ଅଭିଯୁକ୍ତ ଜଣକ ହତ୍ୟା କରିବା ପରେ ଟାଙ୍ଗିଆଟି ଧରି ଗାଁ ପାଖରେ ହିଂସ୍ର ହୋଇ ଘୁରିବୁଲୁଥିଲା । ବହୁ ସମୟ କସରତ କରିବା ପରେ ଅଭିଯୁକ୍ତ ମତେ ମୁଣ୍ଡାକୁ କାବୁ କରିଛି ପୋଲିସ। ହତ୍ୟାର କାରଣ ଅସ୍ପଷ୍ଟ ଥିବା ବେଳେ ନୟାକୋଟ ପୋଲିସ ତଦନ୍ତ ଜାରି ରଖିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.