ଢେଙ୍କାନାଳ ହସ୍ପିଟାଲରେ ବିଚାରଧୀନ କଏଦୀ ମୃତ, ୨୦୧୩ରୁ ହତ୍ୟା ମାମଲାରେ କାଟୁଥିଲେ ସଜା

ଢେଙ୍କାନାଳ: ଢେଙ୍କାନାଳ ହସ୍ପିଟାଲରେ ବିଚାରଧୀନ କଏଦୀ ମୃତ। ମୃତକ ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ହରିପୁର ଗାଁର ବ୍ରହ୍ମାନନ୍ଦ ଦେହୁରୀ।

ଗତକାଲି ସକାଳେ ତାଙ୍କ ପେଟ କାଟିବାରୁ ଜେଲ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଢେଙ୍କାନାଳ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ଆଜି ଭୋରରୁ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ୨୦୧୩ରୁ ହତ୍ୟା ମାମଲାରେ ସେ ବିଚାରଧୀନ କଏଦୀ ଭାବେ ଢେଙ୍କାନାଳ ଜିଲ୍ଲା କାରାଗାରରେ ସଜା କାଟୁଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.