Below header

OHRC ନୂତନ ଅଧ୍ୟକ୍ଷ ନିଯୁକ୍ତ ହେଲେ ଓଡ଼ିଶା ହାଇକୋର୍ଟର ପୂର୍ବତନ ବିଚାରପତି ବିଜୟକୃଷ୍ଣ ପଟେଲ

ଭୁବନେଶ୍ୱର(କେନ୍ୟୁଜ୍): ଓଡ଼ିଶା ମାନବାଧିକାର କମିଶନର ନୂତନ ଅଧ୍ୟକ୍ଷ ନିଯୁକ୍ତ ହେଲେ ଓଡ଼ିଶା ହାଇକୋର୍ଟର ପୂର୍ବତନ ବିଚାରପତି ବିଜୟକୃଷ୍ଣ ପଟେଲ । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ତାଙ୍କ ନିଯୁକ୍ତିକୁ  ଅନୁମୋଦନ କରିଛନ୍ତି। ଜଷ୍ଟିସ ବିଜୟକୃଷ୍ଣ ପଟେଲ ୨୦୦୮ରୁ ୨୦୧୫ ମଧ୍ୟରେ ଓଡ଼ିଶା ହାଇକୋର୍ଟର ବିଚାରପତି ଭାବରେ କାର୍ଯ୍ୟ କରିଥିଲେ।

ଜଷ୍ଟିସ ବିପି ଦାସଙ୍କ ଅବସର ପରେ ନଭେମ୍ବର ୧୪ ରୁ ଓଏଚଆରସି ବା ଓଡ଼ିଶା ମାନବାଧିକାର କମିଶନର ଅଧ୍ୟକ୍ଷ ପଦ ଖାଲି ଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଏକ କମିଟି ଏହି ପଦ ପାଇଁ ଜଷ୍ଟିସ ପଟେଲଙ୍କ ନାମ ସୁପାରିଶ କରିଥିଲେ।

 

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.