ବିଜେଡି ଛାଡ଼ିଲେ ଆକାଶ ଦାସ ନାୟକ, ନବୀନ ପଟ୍ଟନାୟକଙ୍କୁ ପଠାଇଲେ ଇସ୍ତଫା ପତ୍ର

ବିଜେଡି ଛାଡ଼ିଲେ ଆକାଶ ଦାସ ନାୟକ । ଆଜି ସେ ଇସ୍ତଫା ଦେଇଛନ୍ତି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପାଖରୁ ପଠାଇଛନ୍ତି ଇସ୍ତଫାପତ୍ର ।

ଭୁବନେଶ୍ୱର (କେନ୍ୟୁଜ): ବିଜେଡି ଛାଡ଼ିଲେ ଆକାଶ ଦାସ ନାୟକ ।  ଆଜି ସେ ଇସ୍ତଫା ଦେଇଛନ୍ତି  ।  ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପାଖରୁ ପଠାଇଛନ୍ତି ଇସ୍ତଫାପତ୍ର । ଯାଜପୁର ଜିଲ୍ଲା କୋରେଇରୁ ଥରେ ବିଧାୟକ ଥିଲେ ଆକାଶ ଦାସନାୟକ ।

୨୦୧୪ରୁ ୨୦୧୯ ଯାଏ ବିଧାୟକ ଥିଲେ  । ଚମକ ହରାଉଛନ୍ତି ସେଲିବ୍ରିଟି ରାଜନେତା  । ରୂପେଲି ପରଦାରେ କ୍ରେଜ ଥିବା ତାରକା ନିର୍ବାଚନ ମଇଦାନରେ ଫିକା ପଡୁଛନ୍ତି  । ୨୦୧୪ ନିର୍ବାଚନ ପରଠାରୁ ଅଭିନେତାରୁ ନେତା ପାଲଟିଥିବା ତାରକାଙ୍କ ଚମକ ଫିକା ପଡିବାରେ ଲାଗିଛି । ଅନେକ ତାରକା ରାଜନୀତିରୁ ଉଭେଇ ଗଲେଣି କିମ୍ବା ନିଷ୍କ୍ରିୟ ହୋଇ ରହିଛନ୍ତି । ସିଦ୍ଧାନ୍ତ ମହାପାତ୍ର, ଆକାଶ ଦାସନାୟକ, ଅପରାଜିତା ମହାନ୍ତି, ଶ୍ରୀତମ ଦାସ, ଅରିନ୍ଦମ ରାୟ, ପିଙ୍କି ପ୍ରଧାନ ପ୍ରମୁଖଙ୍କ କ୍ରେଜ୍ ୨୦୧୪ ପରେ ଆଉ ରାଜନୀତିରେ ଦେଖିବାକୁ ମିଳିନାହିଁ । ଆସନ୍ତା ନିର୍ବାଚନରେ ସେଲିବ୍ରଟି ନେତାଙ୍କ ଦବଦବା କିଭଳି ରହିବ ତାଉପରେ ନଜର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.