ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଝଟକା, ଦଳ ଛାଡିଲେ ବରିଷ୍ଠ ନେତା ଚିରଞ୍ଜୀବ ବିଶ୍ବାଳ

ନିର୍ବାଚନ ପୂର୍ବରୁ ରାଜ୍ୟ କଂଗ୍ରେସକୁ ଆଉ ଏକ ଝଟକା । ଦଳ ଛାଡିଲେ ବରିଷ୍ଠ ନେତା ଚିରଞ୍ଜୀବ ବିଶ୍ବାଳ । ୨୦୧୪ରେ ଜଗତସିଂହପୁରରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ ।

ଭୁବନେଶ୍ୱର (କେନ୍ୟୁଜ): ନିର୍ବାଚନ ପୂର୍ବରୁ ରାଜ୍ୟ କଂଗ୍ରେସକୁ ଆଉ ଏକ ବଡ଼ ଝଟକା । ଦଳ ଛାଡିଲେ ବରିଷ୍ଠ ନେତା ତଥା ଦୁଇ ଥରର ବିଧାୟକ ଚିରଞ୍ଜୀବ ବିଶ୍ବାଳ । ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ପାଖକୁ ଇସ୍ତଫାପତ୍ର ପଠାଇଛନ୍ତି । ଦଳର ପ୍ରାଥମିକ ସଦସ୍ୟ ପଦରୁ ଦେଇଛନ୍ତି ଇସ୍ତଫା । କଂଗ୍ରେସରୁ ୨ ଥର ବିଧାୟକ ଥିଲେ ଚିରଞ୍ଜୀବ ବିଶ୍ବାଳ ।

୨୦୦୦-୨୦୦୪ ଯାଏ ତିର୍ତ୍ତୋଲ ଓ ୨୦୧୪ରୁ ୨୦୧୯ ଯାଏ ଜଗତସିଂହପୁରରୁ ବିଧାୟକ ରହିଥିଲେ ।  ଜଗତସିଂହପୁର ଜିଲ୍ଲାରେ କଂଗ୍ରେସର ଜଣେ ଦକ୍ଷ ସଂଗଠକ ଓ ଟାଣୁଆ ନେତା ଥିଲେ ଚିରଞ୍ଜୀବ ବିଶ୍ବାଳ । ଗତଥର ଜଗତସିଂହପୁରରୁ ହାରିଥିଲେ ।  ଏଥର ନିର୍ବାଚନ ପୂର୍ବରୁ ପାର୍ଟି ଛାଡିଛନ୍ତି । ତେବେ କେଉଁ କାରଣରୁ ଦଳ ଛାଡିଲେ ଓ କୁଆଡ଼େ ଯିବେ ସେନେଇ ଆରମ୍ଭ ହୋଇଛି କଳ୍ପନାଜଳ୍ପନା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.