Below header

ଗର୍ଭବତୀ ପତ୍ନୀଙ୍କୁ ହତ୍ୟା ମାମଲା: ଦୋଷୀ ସାବ୍ୟସ୍ତ ପୂର୍ବତନ ବିଧାୟକ ରାମମୂର୍ତ୍ତି ଗମାଙ୍ଗଙ୍କୁ ଆଜି ହେବ ଦଣ୍ଡାଦେଶ

ପତ୍ନୀ ହତ୍ୟା ମାମଲାରେ ଗୁଣୁପୁରର ପୂର୍ବତନ ବିଧାୟକ ରାମମୂର୍ତ୍ତି ଗମାଙ୍ଗଙ୍କୁ କଣ ସଜା ହେବ । ଆଜି ଦଣ୍ଡବିଧାନ କରିବେ ଭୁବନେଶ୍ୱରର ଅତିରିକ୍ତ ସେସନ୍‌ସ ଜଜ୍‌ କୋର୍ଟ । ଗତ ଶନିବାର ଦିନ ସେ ଦୋଷୀ ସାବ୍ୟସ୍ତ ହୋଇଥିଲେ ।

ଗୁଣପୁର (କେନ୍ୟୁଜ): ପତ୍ନୀ ହତ୍ୟା ମାମଲାରେ ଗୁଣୁପୁରର ପୂର୍ବତନ ବିଧାୟକ ରାମମୂର୍ତ୍ତି ଗମାଙ୍ଗଙ୍କୁ କଣ ସଜା ହେବ । ଆଜି ଦଣ୍ଡବିଧାନ କରିବେ ଭୁବନେଶ୍ୱରର ଅତିରିକ୍ତ ସେସନ୍‌ସ ଜଜ୍‌ କୋର୍ଟ । ଗତ ଶନିବାର ଦିନ ସେ ଦୋଷୀ ସାବ୍ୟସ୍ତ ହୋଇଥିଲେ । ରାମମୂର୍ତ୍ତି ଗମାଙ୍ଗଙ୍କ ନାଁରେ ଆଇପିସିର ୩୦୨ ଓ ୨୦୧ ଦଫା ଲାଗିଛି । ୧୧ଜଣ ସାକ୍ଷୀଙ୍କ ବୟାନ ଓ ୧୫ଟି ଦସ୍ତାବିଜ ପ୍ରମାଣ ଆଧାରରେ ସେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ।

୧୯୯୫ ମସିହା ଅଗଷ୍ଟ ୨୯ରେ ପତ୍ନୀ ଶଶିରେଖାଙ୍କ ସହ ରାମମୂର୍ତ୍ତି ଗମାଙ୍ଗଙ୍କ ପାଟିତୁଣ୍ଡ ହୋଇଥିଲା । ଏହାପରେ ଶଶିରେଖାଙ୍କ ମୃତ୍ୟୁ ଘଟିଥିଲା । ଭୁବନେଶ୍ୱର ଏମଏଲଏ କଲୋନୀ କ୍ୱାର୍ଟର ଗାଧୁଆ ଘରେ ପୋଡ଼ି ହୋଇ ଶଶିରେଖା ମୃତ୍ୟୁବରଣ କରିଥିବା ନେଇ ରାମମୂର୍ତ୍ତି ଏତଲା ଦେଇଥିଲେ । ପରେ ପୋଲିସ ତଦନ୍ତରୁ ରାମମୂର୍ତ୍ତି ପତ୍ନୀଙ୍କୁ ହତ୍ୟା କରିଥିବା ଜଣାପଡ଼ିଥିଲା । ରାୟଗଡ଼ା ଗୁଣପୁର ନିର୍ବାଚନମଣ୍ଡଳୀରୁ ୨ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ରାମମୂର୍ତ୍ତି ଗମାଙ୍ଗ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.