Below header

ପୂର୍ବତନ ବାଚସ୍ପତି ତଥା ବର୍ତ୍ତମାନର ବିଧାୟକ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ପରଲୋକ

ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା । ଗଞ୍ଜାମ ଦିଗପହଣ୍ଡିର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ଓଡ଼ିଶା ବିଧାନସଭାର ବାଚସ୍ପତି ଭାବେ କାର୍ଯ୍ୟ ତୁଲାଇଛନ୍ତି ।

କେନ୍ୟୁଜ୍(ବ୍ୟୁରୋ): ଅସ୍ତମୀତ ହୋଇଗଲେ ସୂର୍ଯ୍ୟ। ପୂର୍ବତନ ବାଚସ୍ପତି ତଥା ବର୍ତ୍ତମାନର ବିଧାୟକ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ପରଲୋକ । ଭୁବନେଶ୍ୱରର ଏକ ଘରୋଇ ହସପିଟାଲରେ ଆଜି ସନ୍ଧ୍ୟା ୭ଟା ୩୧ମିନିଟରେ ତାଙ୍କର ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା । ଗଞ୍ଜାମ ଦିଗପହଣ୍ଡିର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ଓଡ଼ିଶା ବିଧାନସଭାର ବାଚସ୍ପତି ଭାବେ କାର୍ଯ୍ୟ ତୁଲାଇଛନ୍ତି । ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ବିଭାଗରେ ମନ୍ତ୍ରୀଭାବେ କାର୍ଯ୍ୟ ମଧ୍ୟ କରିଛନ୍ତି ସୂର୍ଯ୍ୟ ପାତ୍ର ।

ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ । ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀରୁ ବିଜୁ ଜନତା ଦଳର ସେ ବିଧାୟକ ଥିଲେ । ସେ ଓଡ଼ିଶା ବିଧାନସଭାକୁ ୭ ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି । ନିଜ ରାଜେନତିକ କ୍ୟାରିୟରରେ ସେ ଜଙ୍‌ଗଲ, ମତ୍ସ୍ୟ, ପଶୁସମ୍ପଦ, ପରିବେଶ, ଶକ୍ତି, ବିପର୍ଯ୍ୟୟ ପ୍ରଶମନ, ସୂଚନା ଓ ଲୋକ ସମ୍ପର୍କ, ଖାଦ୍ୟ ଯୋଗାଣ, ରାଜସ୍ୱ ଆଦି ଅନେକ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ ।

୧୯୯୦ରେ ସେ ପ୍ରଥମେ ଗଜପତି ମୋହନାରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ପରେ ସେହିଠାରୁ ୧୯୯୫, ୨୦୦୦, ୨୦୦୪ରେ ସେହି ମୋହନାରୁ ଜିତିଥିଲେ । ପରେ ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀରୁ ୨୦୦୯, ୨୦୧୪ ଏବଂ ୨୦୧୯ ନିର୍ବାଚନରେ ବିଧନେସଭାକୁ ନିର୍ବାଚିତ ହୋଇଥିଲେ । ଜଣେ ଲୋକପ୍ରିୟ ଏବଂ ଅମାୟିକ ବ୍ୟକ୍ତିତ୍ୱ ଭାବେ ସୂର୍ଯ୍ୟ ପାତ୍ର ପରିଚିତ ଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.