ବଞ୍ଚେଇ ଦେଲେ ବୁମରା ଓ ଇଶାନ କିଶନ, ଭାରତ ଅଲଆଉଟ୍‌ ୨୬୬

ମାତ୍ର ୬୬ ରନ୍‌ରୁ ୨୬୬ରେ ପହଞ୍ଚିଲା କେମିତି ଟିମ୍‌ ଇଣ୍ଡିଆ ପଢନ୍ତୁ

କଲମ୍ବୋ : ମାତ୍ର ୬୬ ରନ୍‌ରେ ୪ ଓ୍ଵିକେଟ୍‌ ପଡ଼ିଗଲା ଟିମ୍‌ ଇଣ୍ଡିଆର । ଲାଗିଲା ତାସ୍‌ ଘର ଭଳି ଭୁଶୁଡ଼ି ପଡ଼ିବ ଭାରତୀୟ ଦଳର ବ୍ୟାଟିଂ ଦୁର୍ଗ । ତାହା ପୁଣି ପାକିସ୍ତାନ ବୋଲିଂ ଆଗରେ । ହେଲେ ବଞ୍ଚେଇ ଦେଲେ ଓ୍ଵିକେଟ୍‌ କିପର ଇସାନ କିଶନ୍‌ ଓ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା । ସେମାନେ ପଞ୍ଚମ ଓ୍ଵିକେଟ୍‌ରେ ୧୩୮ ରନ୍‌ ଯୋଡ଼ିବା ଫଳରେ ମାରତୀୟ ଦଳର ଚିରାଚରିତ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ଆଗରେ ଏକ ଭଲ ଟାର୍ଗେଟ୍‌ ରଖି ପାରିଲା ।

ଚଳିତ ଏସିଆ କପ୍‌୍‌ର ଆଜି ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ । ବର୍ଷାର ଭୟ ଏବଂ ମେଘୁଆ ଆକାଶ ତଳେ ଆରମ୍ଭ ଶ୍ରୀଲଙ୍କାର ପାଲିକେଲି ଷ୍ଟାଡିୟମରେ ଆରମ୍ଭ ହୋଇଥିଲା ମ୍ୟାଚ୍‌ । ଟିମ୍‌ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମା ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ପାଇଁ ନିଷ୍ପତ୍ତି ନେଇଥିଲେ । ହେଲେ ୬୬ ରନ୍‌ ଭିତରେ ଝଡ଼ି ପଡ଼ିଲା ୪ଟି ଓ୍ଵିକେଟ୍‌ । ରୋହିତ, ଶୁବମନ ଗିଲ୍‌, ବିରାଟ କୋହଲି ଏବଂ ଶ୍ରେୟଶ ଆୟର । ଏହାପରେ ଇସାନ କିଶାନ ୮୧ ବଲ୍‌ରେ ୮୨ ରନ୍‌ (୯ ଚୌକା ଓ ୨ ଛକା) ଏବଂ ହାର୍ଦ୍ଦିକ ୯୦ ବଲ୍‌ରେ ୮୭ ରନ୍‌ (୭ ଚୌକା ୧ ଛକା) କରି ଦଳକୁ ୨୩୯ ରନ୍‌ରେ ପହଞ୍ଚାଇ ଦେଇଥିଲେ । ତେବେ ପୁଣି ଶେଷଭାଗ ବ୍ୟାଟରଙ୍କ ବିଫଳତା ଯୋଗୁଁ ଭାରତୀୟ ଟିମ୍‌ ପୂରା ୫୦ ଓଭର ଖେଳି ପାରିଲା ନାହିଁ । ବୁମରାଙ୍କ ୪ ବଲ୍‌ରେ ୧୬ ରନ ଫଳରେ ଟିମ୍‌ ୨୬୬ ରନ୍‌ ସ୍କୋରରେ ଅଲଆଉଟ୍‌ ହୋଇଗଲା ।

ପାକିସ୍ତାନର ଦୁଇ ପ୍ରମୁଖ ବୋଲର ସାହିନ ଆଫ୍ରିଦି, ନସିମ ଶାହ ଏବଂ ହରିଶ ରଉଫ ବେଶି କ୍ଷତି ଘଟାଇଥିଲେ ଭାରତୀୟ ଦଳର । ଆଫ୍ରିଦି ୩୫ ରନ୍‌ରେ ୪ ଏବଂ ନସିମ ଓ ହରିଶ ୩ଟି ଲେଖାଏଁ ଓ୍ଵିକେଟ୍‌ ନେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.