ରାଜ୍ୟରେ ପୃଥକ ପୃଥକ ସ୍ଥାନରେ ବଜ୍ରପାତ, ୭ ମୃତ

 ରାଜ୍ୟରେ ପୃଥକ ଫୃଥକ୍ ସ୍ଥାନରେ ବଜ୍ରପାତରେ ୪ ମୃତ । ଖୋର୍ଦ୍ଧା ବାଣପୁରରେ ୨ ଜଣ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି ।

ରାଜ୍ୟରେ ବିଭିନ୍ନ ସ୍ଥାନରେ ବଜ୍ରପାତରେ ୭ ମୃତ, ୩ ଆହତ । ଖୋର୍ଦ୍ଧା ବାଣପୁରରେ ୨ ଜଣ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି । ମୃତକ ଦୁଇ ଜଣ ଅରାଙ୍ଗ ଗ୍ରାମର ରଞ୍ଜତ ରଣସିଂହ ଏବଂ ଦାମିଆ ବରବରା ପଞ୍ଚାୟତ କଦମଝୋଲା ଗ୍ରାମର ଅମର ଶବର ।

ସେହିଭଳି ବଲାଙ୍ଗିର ଆଗଲପୁର ଥାନା କୁଟାସିଂହା ଗାଁରେ ବଜ୍ରାଘାତରେ ଜଣଙ୍କ ମୃତ୍ୟୁ ହୋଇଛି । ବୌଦ୍ଧ ରାଉତବାହାଲ ଗାଁରେ ବିଲରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ମୋହନାରେ ବଜ୍ରପାତରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଗତସିଂହପୁରରେ ଜଣଙ୍କର ମୃତ୍ୟୁ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.