ବାଲେଶ୍ବର କାରାଗାରରେ କଏଦୀଙ୍କ ସହ ପ୍ରତାପ ଷଡଙ୍ଗୀ ପାଳିଲେ ରକ୍ଷାବନ୍ଧନ ଉତ୍ସବ

ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ଜେଲରେ ବନ୍ଦୀ ଜୀବନ ବିତାଉ ଥିବା ୬୭୮ ଜଣ କଏଦୀଙ୍କୁ ସମ୍ପର୍କ ଓ ବନ୍ଧନର ମଧୁର ସଙ୍ଗୀତ ବୋଲା କରାଇଥିଲେ । ସେହିଭଳି ରାକ୍ଷୀ ହେଉଛି ଏକତ୍ମତାର ସୂତ୍ର ଭାତୃଭାବର ବନ୍ଧନ ବୋଲି ସାଂସଦ କହିଥିଲେ

ବାଲେଶ୍ବର(କେନ୍ୟୁଜ୍): ବାଲେଶ୍ଵର ଜିଲ୍ଲା କାରାଗାରରେ ବାଲେଶ୍ଵର ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀ। ଆଜି  ସନ୍ଧ୍ୟାରେ ବାଲେଶ୍ଵର ଜିଲ୍ଲା କାରାଗାରରେ ପହଞ୍ଚି ବନ୍ଦୀ ଜୀବନ ବିତାଉଥିବା କଏଦୀ ମାନଙ୍କ ସହ ରକ୍ଷା ବନ୍ଧନ ଉତ୍ସବ ପାଳିଥିଲେ । ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ଜେଲରେ ବନ୍ଦୀ ଜୀବନ ବିତାଉ ଥିବା ୬୭୮ ଜଣ କଏଦୀଙ୍କୁ ସମ୍ପର୍କ ଓ ବନ୍ଧନର ମଧୁର ସଙ୍ଗୀତ ବୋଲା କରାଇଥିଲେ । ସେହିଭଳି ରାକ୍ଷୀ ହେଉଛି ଏକତ୍ମତାର ସୂତ୍ର ଭାତୃଭାବର ବନ୍ଧନ ବୋଲି ସାଂସଦ କହିଥିଲେ। ପବିତ୍ର ରକ୍ଷା ବନ୍ଧନ ଉତ୍ସବରେ ଏଭଳି କାର୍ଯ୍ୟକ୍ରମ ଜିଲ୍ଳାର ବିଭିନ୍ନ ପ୍ରାନ୍ତରେ ଜାରି ରହିଥିବା ବେଳେ ପ୍ରଧାନମନ୍ତ୍ରୀ ସାରା ଦେଶରେ ଭାତୃତ୍ବ ଭାବ ସୃଷ୍ଟି ପାଇଁ ଯେଉଁ ସନ୍ଦେଶ ଦେଇଛନ୍ତି ସେ ଅନୁସାରେ ରକ୍ଷାବନ୍ଧନ କାର୍ଯ୍ୟକ୍ରମ ଜାରି ରହିଛି ।

ଆଜି ସାଂସଦ କଏଦୀଙ୍କୁ ରକ୍ଷା ବନ୍ଧନ ଓ ଲଡୁ ଖୁଆଇଲା ବେଳେ ଜେଲରେ ବନ୍ଦୀ ଜୀବନ ବିତାଉଥିବା ବିଚାରାଧୀନ ଓ ସଜା କାଟୁଥିବା କଏଦୀ ମାନଙ୍କ ସହ କିଛି ସମୟ ଭାବ ବିନିମୟ କରିଥିଲେ । ସେମାନଙ୍କ ସହ ଆଲୋଚନା ବେଳେ ବିଭିନ୍ନ ମାମଲାରେରେ ଛନ୍ଦି ହୋଇ ବନ୍ଦୀ ଜୀବନ ବିତାଉଥିବା ବୟସ୍କ କଏଦୀଙ୍କ କଥାକୁ ବିଚାରକୁ ନେଇଥିଲେ। ଆଜି ସାଂସଦ ଜେଲରେ କଏଦୀଙ୍କ ସହ ମିଶିବା ବେଳେ ନିଜେ ବିଭିନ୍ନ ଆନ୍ଦୋଳନ ଓ ସଂଗ୍ରାମ କରି ବନ୍ଦୀ ଜୀବନ ବିତାଇଥିବା କଥାକୁ ଗଣମାଧ୍ୟମ ଆଗରେ ରଖିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.