Below header

ଆଜି ସମ୍ବଲପୁର IIMର ନିଜସ୍ୱ କ୍ୟାମ୍ପସ ପାଇଁ ଭର୍ଚୁଆଲରେ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ

ସମ୍ବଲପୁର: ଆଜି ସମ୍ବଲପୁର IIMର ନିଜସ୍ୱ କ୍ୟାମ୍ପସ ପାଇଁ ହେବ ଶିଳାନ୍ୟାସ । ଦିନ ୧୧ଟାରେ ଭର୍ଚୁଆଲରେ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏଥିପାଇଁ ସମସ୍ତ ପ୍ରସ୍ତୁତି ସରିଛି । ଶିଳାନ୍ୟାସରେ ପ୍ରଧାନମନ୍ତ୍ରୀଙ୍କ ସମେତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟପାଳ ଗଣେଶୀଲାଲ , କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡ଼ଙ୍ଗୀ ଏବଂ କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ୍‌ ପ୍ରମୁଖ ସାମିଲ ହେବେ ।

ଗୋଶାଳା ନିକଟସ୍ଥ ବସନ୍ତପୁରରେ ଆଇଆଇଏମକୁ ୨୦୦ ଏକର ଜମି ଯୋଗାଇ ଦେଇଛନ୍ତି ରାଜ୍ୟ ସରକାର । ଆସନ୍ତା ଏପ୍ରିଲ ୨୦୨୨ ରେ ଏହାର ର୍ନିମାଣ କାର୍ଯ୍ୟ ଶେଷ ହେବାର ଲକ୍ଷ ରହିଛି । ତେବେ ୫ ବର୍ଷ ହେବ ପ୍ରଥମେ ଏକ ବେସରକାରୀ ଘୋରେଇ କଲେଜ ଏବଂ ପରେ ବୁର୍ଲା ଜ୍ୟୋତି ବିହାର ୟୁନିଭରସିଟି ସ୍ଥିତ ଅସ୍ଥାୟୀ କ୍ୟାମ୍ପସରେ ଚାଲୁଛି IIM ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.