ବିମାନ ଯାତ୍ରୀଙ୍କ ପାଇଁ ଖୁସି ଖବର: ଝାରସୁଗୁଡା ଏୟାରପୋର୍ଟରୁ ସ୍ପାଇସ ଜେଟ୍‌ ଆରମ୍ଭ କରିବ ବିମାନ ସେବା

ଝାରସୁଗୁଡା : ବିମାନ ଯାତ୍ରୀଙ୍କ ପାଇଁ ଖୁସି ଖବର । ଝାରସୁଗୁଡା ବିମାନ ବନ୍ଦରରୁ ସ୍ପାଇସ ଜେଟ୍‌ ବିମାନ ସେବା ଆରମ୍ଭ କରିବ । ୧୨ ତାରିଖରୁ ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରୁ ବିମାନ ସେବା ଆରମ୍ଭ ହେବ । ଝାରସୁଗୁଡାରୁ ମୁମ୍ବାଇକୁ ବିମାନ ସେବା ଆରମ୍ଭ କରିବ୍‌ ସ୍ପାଇସ ଜେଟ୍‌ ।

ଏହାସହ ଝାରସୁଗୁଡାରୁ ବେଙ୍ଗାଲୁରୁରୁ ମଧ୍ୟ ବିମାନ ସେବା ଯୋଗାଇବା ସ୍ପାଇସ୍‌ ଜେଟ୍‌ । ମୁମ୍ବାଇ ଓ ବେଙ୍ଗାଲୁରୁ ପାଇଁ ବୁକିଂ ମଧ୍ୟ ଗତକାଲିଠୁ ବୁକିଂ ଆରମ୍ଭ ହୋଇଛି । ଏହାଦ୍ୱାରା ଓଡ଼ିଶାର ଅର୍ଥନୀତିକୁ ବୃଦ୍ଧି କରିବ । ଏହି ଅଞ୍ଚଳର ଲୋକଙ୍କ ଆକାଂକ୍ଷା ପୂରଣ କରିବାରେ ସାହାଯ୍ୟ କରିବ ବୋଲି ଟୁଇଟ କରି ଜଣାଇଛନ୍ତି ଉଷା ପାଢ଼ୀ । ଉଷା ପାଢ଼ୀ ଅଛନ୍ତି ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟର ଯୁଗ୍ମ ସଚିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.