ବିରାଟ କୋହଲି ଓ ଅନୁଷ୍କା ଶର୍ମା ଏମିତି ଢଙ୍ଗରେ କଲେ ନୂଆ ବର୍ଷକୁ ସ୍ୱାଗତ, Photo ସେୟାର କଲେ ବିରାଟ

କରୋନା ଭୟ ଯୋଗୁ ଯଦିଓ ଏଥର ନ୍ୟୁ ଇୟର ସେଲିବ୍ରେଶନ ଟିକେ ଫିକା ପଡ଼ିଯାଇଛି, ତଥାପି ଅନେକ ଲୋକ ଏବଂ ଅନେକ ସେଲିବ୍ରିଟି ନିଜ ନିଜ ଢ଼ଙ୍ଗରେ ୨୦୨୧କୁ ସ୍ୱାଗତ କରିଛନ୍ତି। ବଲିଉଡର କେତେକ ସେଲିବ୍ରିଟି ନିଜ ସେଲିବ୍ରେଶନର ଫଟୋ ସୋସିଆଲ ମିଡ଼ିଆରେ ପୋଷ୍ଟ କରିଛନ୍ତି। ଏଥିରୁ ବାଦ ପଡ଼ି ନାହାନ୍ତି ଅଭିନେତ୍ରୀ ଅନୁଷ୍କା ଶର୍ମା ଓ କ୍ରିକେଟର ବିରାଟ କୋହଲି।

virat2

ବିରାଟ କୋହଲି ସୋସିଆଲ ମିଡ଼ିଆରେ ଦୁଇଟି ଫଟୋ ସେୟାର କରି ଫ୍ୟାନମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏହି ଫଟୋରେ ବିରାଟଙ୍କ ସହିତ ଅନୁଷ୍କା ମଧ୍ୟ ନଜର ଆସୁଛନ୍ତି। ବିରାଟ ଏବଂ ଅନୁଷ୍କା ନ୍ୟୁ ଇୟର ଇଭ ନିଜ ସାଙ୍ଗସାଥୀଙ୍କ ସହିତ ସେଲିବ୍ରେଟ କରିଛନ୍ତି।

 

View this post on Instagram

 

A post shared by Virat Kohli (@virat.kohli)

ଏହି ଫଟୋରେ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଓ ତାଙ୍କ ପତ୍ନୀ ନତାଶା ଷ୍ଟେନକୋଭିକ ମଧ୍ୟ ନଜର ଆସୁଛନ୍ତି। ଫଟୋଗୁଡ଼ିକ ସହିତ ବିରାଟ କ୍ୟାପସନ ଲେଖିଛନ୍ତି କି, ‘ଯେଉଁ ସାଙ୍ଗଙ୍କ ସହିତ ନେଗେଟିଭ ଭାବେ ମିଶୁ, ସେମାନଙ୍କ ସହିତ ପଜିଟିଭ ସମୟ ବିତାଇବା। ସୁରକ୍ଷିତ ବାତାବରଣରେ ମିଶିବାଠୁ ଭଲ କିଛି ନାହିଁ। ଆଶା ଅଛି କି, ଏହି ବର୍ଷ ବହୁତ ଖୁସି ଏବଂ ଭଲ ସ୍ୱାସ୍ଥ୍ୟ ନେଇକି ଆସୁ। ସୁରକ୍ଷିତ ରୁହନ୍ତୁ’।

 

View this post on Instagram

 

A post shared by Hardik Pandya (@hardikpandya93)

ହାର୍ଦ୍ଦିକ ପାଣ୍ଡ୍ୟା ବି ଇନଷ୍ଟାଗ୍ରାମରେ ଫଟୋ ପୋଷ୍ଟ କରିଛନ୍ତି। ସୂଚନାଥାଉ କି, ଚଳିତ ବର୍ଷ ବିରାଟ କୋହଲି ଓ ଅନୁଷ୍କା ଶର୍ମା ମାଆ, ବାପା ହେବାକୁ ଯାଉଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.