Below header

ସାଢ଼େ ଚାରିମାସ ପରେ ଆଜିଠୁ ରାଜଧାନୀରେ ଖୋଲିଛି ସମସ୍ତ ଦୋକାନ, ମଲ୍‌ ପରିସରରେ ଏସଓପି ଜାରି କରିଛି ବିଏମସି

ଭୁବନେଶ୍ବର: ଦୁଇ ସପ୍ତାହ ପରେ ହଟିଲା ଲକ୍‌ଡାଉନ୍‌। ସାଢ଼େ ଚାରିମାସ ପରେ ଆଜିଠୁ ରାଜଧାନୀରେ ଖୋଲିଛି ସମସ୍ତ ଦୋକାନ। ରାତି ୯ଟା ପର୍ଯ୍ୟନ୍ତ ସମସ୍ତ ଦୋକାନ ବଜାର ଖୋଲାରହିବ। ତେବେ ଏଥିପାଇଁ ମଧ୍ୟ ବହୁ କଟକଣା ଲଗାଯାଇଛି। ମାସ୍କ ନାହିଁ ତ ଏଣ୍ଟ୍ରି ନାହିଁ । ପ୍ରବେଶ ପଥରେ ଗ୍ରାହକଙ୍କ ଥର୍ମାଲ ସ୍କ୍ରିନିଂ କରାଯାଉଛି । ସାନିଟାଇଜର ବି ଦେଉଛନ୍ତି ମଲ୍‌ କର୍ତ୍ତୃପକ୍ଷ । ତାପରେ ଭିତରେ ଏଣ୍ଟ୍ରି ଅନୁମତି ମିଳୁଛି । କଡ଼ାକଡ଼ି କରାଯାଉଛି ସାମାଜିକ ଦୂରତା । ସମସ୍ତଙ୍କୁ କୋଭିଡ୍‌ କଟକଣା ମାନିବା ପାଇଁ ସଚେତନ କରାଯାଉଛି। ମଲ୍‌ ପରିସରରେ ଏସଓପି ଜାରି କରିଛି ବିଏମସି ।

ଫୁଡ୍‌କୋର୍ଟ, ଖାଦ୍ୟ ଦୋକାନ, ଗେମ୍‌ ଜୋନ୍‌, ଗେମିଂ ଆର୍କେଡ୍‌ସ ବନ୍ଦ ରହିବ । ପିଲାମାନେ ଖେଳିବାକୁ ଥିବା ଖୋଲା ସ୍ଥାନ, ସିନେମା ହଲ୍‌, ମନୋରଞ୍ଜନ ହଲ୍‌, ଫନ୍‌ ଜୋନ୍‌ ଖୋଲିବ ନାହିଁ । କରୋନା ଯୋଗୁ ମାର୍ଚ୍ଚରୁ ରାଜ୍ୟରେ ବନ୍ଦ ରହିଥିଲା ମଲ୍‌ । ଅନଲକ୍‌ ୩.୦ରେ ଅନୁମତି ଭିତରେ ମଲ୍‌ ଖୋଲିବା ପାଇଁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର । ସେପଟେ କଟକଣା ଭିତରେ ରାଜଧାନୀବାସିନ୍ଦାଙ୍କ ପାଇଁ ଆସିଛି ଖୁସି ଖବର। ଗତକାଲି ଭୁବନେଶ୍ୱରରୁ ୧୧୮ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୧୨୫ଜଣ ଆରୋଗ୍ୟ ଲାଭ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.