ସପ୍ତାହେ ମଧ୍ୟରେ ପଛକୁ ପଛ ଆସୁଛି ଦୁଇଟି ଲଘୁଚାପ, ରାଜ୍ୟରେ ବଢ଼ିବ ବର୍ଷାର ପରିମାଣ

ଭୁବନେଶ୍ବର: ଆସୁଛି ଲଘୁଚାପ ଉପରେ ଲଘୁଚାପ। ସପ୍ତାହେ ମଧ୍ୟରେ ପଛକୁ ପଛ ଆସୁଛି ଦୁଇଟି ଲଘୁଚାପ । ତାତିରୁ ମିଳିପାରେ ଆଶ୍ୱସ୍ତି । ଉତ୍ତର ବଙ୍ଗୋପସାଗରରେ ଦୁଇଟି ଲଘୁଚାପ ସୃଷ୍ଟି ହେବ । ଗୋଟିଏ ୪ ତାରିଖ ଓ ଅନ୍ୟ ଲଘୁଚାପ ୮ ତାରିଖ ବେଳକୁ ସୃଷ୍ଟି ହେବ । ପ୍ରଥମ ଲଘୁଚାପ ପ୍ରଭାବରେ ଆଜିଠୁ ୬ ତାରିଖ ଯାଏ ବର୍ଷା ଲାଗି ରହିବ ବୋଲି ପୂର୍ବାନୁମାନ କରାଯାଇଛି । ସେହିଭଳି ଦ୍ୱିତୀୟ ଲଘୁଚାପ ପ୍ରଭାବରେ ୮ରୁ ୧୧ ତାରିଖ ଭଲ ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର ସୂଚନା ଦେଇଛି ।

ସମ୍ଭାବ୍ୟ ଲଘୁଚାପ ଯୋଗୁଁ ମୌସୁମୀ ଟ୍ରଫଲାଇନ୍‌ ଏବେ ଦକ୍ଷିଣ ମୁହାଁ ହୋଇଛି । ଫଳରେ ରାଜ୍ୟରେ ମୌସୁମୀ ବାୟୁ ପୁଣି ସକ୍ରୀୟ ହୋଇଛି । ରାଜ୍ୟରେ କାଲିଠୁ ବର୍ଷାର ପରିମାଣ ବଢ଼ିବ । ଆଜି ୧୩ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ବାବନା ରହିଛି । ବର୍ଷା ଆସିବା ପରେ ଚାଷୀ ମନରେ ପୁଣି ଆଶା ସଞ୍ଚାର ହୋଇଛି । ୧୩ ଜିଲ୍ଲା ଅନୁଗୁଳ, ବଲାଙ୍ଗିର, ନୂଆପଡ଼ା, ମାଲକାନଗିରି, କେନ୍ଦୁଝର, କୋରାପୁଟ, କେନ୍ଦ୍ରାପଡ଼ା, ଜଗତସିଂହପୁର ,ବୌଦ୍ଧ ଓ ପୁରୀ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ଓ୍ଵାଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର ।

ସେହିପରି ଯାଜପୁର,ଢେଙ୍କାନାଳ ଓ କଳାହାଣ୍ଡି ପ୍ରବଳରୁ ଅତିପ୍ରବଳ ବର୍ଷାନେଇ ୟେଲୋ ଓ୍ଵାଣ୍ଣିଂ ଜାରି ହୋଇଛି । ଏପଟେ କୋରାପୁଟ, ମାଲକାନଗିରି,ସମ୍ବଲପୁର, ଝାରସୁଗୁଡ଼ା, ବରଗଡ଼, ଦେବଗଡ଼, ବୌଦ୍ଧ, ଢେଙ୍କାନାଳ ଜଗତସିଂହପୁର,କେନ୍ଦୁଝର ଓ ମୟୂରଭଞ୍ଜରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.