ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲା, ତଦନ୍ତ ତଦନ୍ତ ପାଇଁ ମୁମ୍ବାଇ ଗସ୍ତ କଲେ ପାଟନା ସିଟି ଏସପି ବିନୟ ତିଓ୍ଵାରି

ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ଘଟଣାରେ ଦିନକୁ ଦିନ ନୂଆ ମୋଡ ଦେଖିବାକୁ ମିଳୁଛି । ପାଟନା ପୋଲିସକୁ ମୁମ୍ବାଇ ପୋଲିସ ସହଯୋଗ କରୁନଥିବା ଜଣାପଡିଛି । ଏହାରି ମଧ୍ୟରେ ମୁମ୍ବାଇରେ ଥିବା ବିହାର ଏସଆଇଟି ଟିମକୁ ଲିଡ କରିବେ ପାଟନା ସିଟି ଏସପି ବିନୟ ତିଓ୍ଵାରି । ମାମଲାର ଅଧିକ ତଦନ୍ତ ପାଇଁ ସେ ଗତକାଲି ମୁମ୍ବାଇ ଗସ୍ତ କରିଛନ୍ତି । ତେବେ ମୁମ୍ବାଇରେ ପହଁଚିବା ପରେ ତାଙ୍କୁ କ୍ୱାରେଣ୍ଟାଇନରେ ରଖିଛି ବିଏମସି । ବହୁତ ଅନୁରୋଧ ପରେ ଏସପିଙ୍କୁ ଜବରଦସ୍ତ କ୍ୱାରେଣ୍ଟାଇନରେ ଭର୍ତ୍ତି କରାଯାଇଥିବା ବିହାର ଡିଜି କହିଛନ୍ତି । ଆଇପିଏସ ମେସ୍‌ରେ ନରଖି ତାଙ୍କୁ ଏକ ଗେଷ୍ଟ ହାଉସରେ ରଖାଯାଇଛି । ଯାହାକୁ ନେଇ ବିହାର ଡିଜି ଗୁପ୍ତେଶ୍ୱର ପାଣ୍ଡେ କ୍ଷୋଭ ପ୍ରକାଶ କରିଛନ୍ତି । ଅନ୍ୟପଟେ ପାଟନା ପୋଲିସକୁ ଅନେକ ଗୁରୁତ୍ୱପୂର୍ଣ୍ଣ ସୁରାକ୍‌ ମିଳିଛି ।

ଜୁନ୍‌ ୯ରୁ ୧୩ ତାରିଖ ମଧ୍ୟରେ ସୁଶାନ୍ତଙ୍କ ଫୋନରେ ୧୪ଟି ସିମ୍‌ ବଦଳା ଯାଇଥିଲା । ସୁପରିକଳ୍ପିତ ଭାବେ ସୁଶାନ୍ତଙ୍କ ଫ୍ଲାଟରେ ଲାଗିଥିବା ସିସିଟିଭି ଫୁଟେଜକୁ ଗାଏବ କରିଦିଆଯାଇଛି । ଏହାସହ ସୁଶାନ୍ତଙ୍କ ପୋଷ୍ଟମର୍ଟମକୁ ନେଇ ମଧ୍ୟ ସନ୍ଦେହ ସୃଷ୍ଟି ହୋଇଛି । ସାଧାରଣତଃ ସକାଳୁ ସଂଧ୍ୟା ଭିତରେ ପୋଷ୍ଟମର୍ଟମ କରାଯାଇଥାଏ । ବିଶେଷ ପରିସ୍ଥିତିରେ ମାଜିଷ୍ଟ୍ରେଟ୍‌ଙ୍କ ଆଦେଶରେ ରାତିରେ ପୋଷ୍ଟମର୍ଟମ କରାଯାଏ । କିନ୍ତୁ ବାନ୍ଦ୍ରା ପୋଲିସ ଏହାକୁ ଖାତିର ନକରି ରାତି ଗୋଟାଏରେ ପୋଷ୍ଟମର୍ଟ କରିଥିଲା । ଏହାଛଡା ମୁମ୍ବାଇ ପୋଲିସ ପକ୍ଷରୁ ଏସଆଇଟିକୁ କୌଣସି ସୁରକ୍ଷା ପ୍ରଦାନ କରାଯାଇନାହିଁ । ଟିମ୍‌ ର ଜଣେ ସଦସ୍ୟ ଏକା ଅନେକ ଲୋକଙ୍କୁ ପଚରାଉଚରା କରୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.