Below header

ସୁନ୍ଦରଗଡ଼ ରାଜଗାଙ୍ଗପୁରରେ ଚାଞ୍ଚଲ୍ୟ, ବନ୍ଦ ଘର ଭିତରୁ ଉଦ୍ଧାର ହେଲା ଗୋଟିଏ ପରିବାରର ଚାରି ଜଣଙ୍କ ମୃତଦେହ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁରରେ ଚାଞ୍ଚଲ୍ୟ । ବନ୍ଦ ଘର ଭିତରୁ ଉଦ୍ଧାର ହେଲା ଗୋଟିଏ ପରିବାରର ଚାରି ଜଣଙ୍କ ମୃତଦେହ । ରାଜଗାଙ୍ଗପୁର ଆଇଟି କଲୋନୀରେ ଘଟିଛି ଏହି ଘଟଣା । ମୃତକମାନେ ହେଲେ ବାପା, ମାଆ ଓ ଦୁଇ ଛୁଆ । ପୋଲିସ ଓ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଘର ଖୋଲାଯାଇ ମୃତଦେହ ଉଦ୍ଧାର କରାଯାଇଛି । ଗତ ଗୁରୁବାରଠାରୁ ଘର ବନ୍ଦ ରହିଥିଲା । ଆଜି ଦୁର୍ଗନ୍ଧ ବାହାରିବା ପରେ ଲୋକ ପୋଲିସକୁ ଖବର ଦେଇଥିଲେ । ତେବେ ଏହା ଆତ୍ମହତ୍ୟା ନା ହତ୍ୟା ସେନେଇ ପୋଲିସ ଖୋଳତାଡ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.