Below header

ମନ୍ଦିର ପାଇଁ ଦାନ ଦକ୍ଷିଣା ନାମରେ ଲକ୍ଷ ଲକ୍ଷ ଟଙ୍କା ଠକେଇ, ୪ ଅଭିଯୁକ୍ତଙ୍କୁ ଗିରଫ କଲା କଟକ ଚାଉଳିଆଗଞ୍ଜ ପୋଲିସ୍

କଟକ : ମନ୍ଦିର ପାଇଁ ଦାନ ଦକ୍ଷିଣା ନାମରେ ଠକେଇ ଅଭିଯୋଗ । ନିଜକୁ ମଠର ସେବାୟତ କହି ମନ୍ଦିର ନାଁରେ ଲକ୍ଷ ଲକ୍ଷ ଟଙ୍କା ଠକିଥିବା ୪ ଅଭିଯୁକ୍ତଙ୍କୁ ଗିରଫ କରିଛି କଟକ ଚାଉଳିଆଗଞ୍ଜ ପୋଲିସ । ଗିରଫ ଅଭିଯୁକ୍ତ ହେଲେ ମନୋଜ ପଟ୍ଟନାୟକ, ଅନିଲ ଭୋଇ, ପ୍ରଦୀପ ସାମନ୍ତରାୟ ଓ ଇସାନ ଦାସ । ଜଗତସିଂହପୁର ଅଞ୍ଚଳର ସରୋଜ ମହାନ୍ତିଙ୍କ ଅଭିଯୋଗ ଅନୁସାରେ ଠକମାନେ ସରୋଜଙ୍କୁ ପୁରୀ ମନ୍ଦିରର ସେବାୟତ ପରିଚୟ ଦେଇଥିଲେ । ଏମିତିକି ମନ୍ଦିର ହୁଣ୍ଡିରେ ୫୦ ଓ ୧୦୦ ଟଙ୍କା ବଦଳରେ ୨୦୦୦ ଟଙ୍କା ଦେବାକୁ କହିଥିଲେ । ଖାଲି ସେତିକି ନୁହେଁ ଟଙ୍କା ବଦଳରେ ଠକମାନେ ୧୦ ପ୍ରତିଶତ କମିଶନ ଦେବେ ବୋଲି କହିଥିଲେ । ସରୋଜ ସେମାନଙ୍କ କଥାରେ ଭାସିଯାଇ ୨୦ ଲକ୍ଷ ଟଙ୍କା ସେମାନଙ୍କୁ ଦେଇଥିଲେ । କିନ୍ତୁ କାଗଜ ବଣ୍ଡଲ ଗୋଟେ ସରୋଜଙ୍କୁ ଧରାଇ ଠକମାନେ ଚମ୍ପଟ ମାରିଥିଲେ । ଏନେଇ ସରୋଜ ଥାନାରେ ଅଭିଯୋଗ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.