Below header

ରିଲିଜ୍‌ ହେଲା ‘ରାଗିନୀ ଏମ୍‌ଏମ୍‌ଏସ୍‌ ରିଟର୍ଣ୍ଣସ୍‌ ସିଜନ୍‌ ୨’ର ବୋଲ୍ଡ ପୋଷ୍ଟର, ପରିବାର ସହ ବସି ଦେଖିହେବନି ଶୋ’

ରାଗିନୀ ଏମ୍‌ଏମ୍‌ଏସ୍‌ ରିଟର୍ଣ୍ଣସ୍‌ ସିଜନ୍‌ ୨ ଖୁବ୍‌ଶୀଘ୍ର ପରଦାକୁ ଆସୁଛି। ଏହାର ଫାଷ୍ଟ ଲୁକ୍‌ ପୋଷ୍ଟର ନିକଟରେ ରିଲିଜ୍‌ ହୋଇଯାଇଛି, ଯେଉଁଥିରେ ବରୁଣ ସୁଦ୍‌ ଓ ଦିବ୍ୟା ଅଗ୍ରଓ୍ଵାଲ୍‌ଙ୍କ ରୋମାନ୍ସର ଝଲକ୍‌ ଦେଖିବାକୁ ମିଳୁଛି। ରେଡ୍‌ ହଟ୍‌ ବିକିନୀରେ ଦିବ୍ୟା ଖୁବ୍‌ ବୋଲ୍ଡ ଦେଖାଯାଉଛନ୍ତି। ଏହି ପୋଷ୍ଟର ଲୁକ୍‌ରୁ ସ୍ପଷ୍ଟ ଜଣାପଡ଼ୁଛି, ରାଗିନୀର ହରର୍‌ କାହାଣୀ ପୂର୍ବାପେକ୍ଷା ଅଧିକ ବୋଲ୍ଡ ଏବଂ ହରର୍‌ ହେବାକୁ ଯାଉଛି।

ragini2

ଟିଭି ଦୁନିଆର ଲୋକପ୍ରିୟ ଯୋଡ଼ି ବରୁଣ ସୁଦ୍‌ ଓ ଦିବ୍ୟା ଅଗ୍ରଓ୍ଵାଲ ଅତିଶୀଘ୍ର ଅଲ୍‌ଟ ବାଲାଜୀର ଏହି ସିରିଜ୍‌ ଶୋ’ର ପାର୍ଟ ବନିବେ। ଖବର ମୁତାବକ, ରିୟଲ ଲାଇଫ୍‌ରେ ପରସ୍ପରକୁ ଡେଟ୍‌ କରୁଥିବା ଏହି ଯୋଡ଼ିଙ୍କର ଅନ୍‌ ସ୍କ୍ରୀନ୍‌ କେମିଷ୍ଟ୍ରି ନିଶ୍ଚିତ ରୂପରେ ଫ୍ୟାନ୍‌ମାନଙ୍କ ପାଇଁ ‘ମଷ୍ଟ୍‍ ଓ୍ଵାଚ୍‌’ ହେବାକୁ ଯାଉଛି।

ଏହାସହ ପଢ଼ନ୍ତୁ: ଫିଲ୍ମ ଶୁଟିଂ ପରେ କ’ଣ ହୋଇଥାଏ ସେଲିବ୍ରିଟିଙ୍କ ଦ୍ୱାରା ପିନ୍ଧାଯାଇଥିବା କପଡ଼ା?

‘ରାଗିନୀ ଏମ୍‌ଏମ୍‌ଏସ୍‌ ରିଟର୍ଣ୍ଣସ୍‌ ସିଜନ୍‌ ୨’ରେ ୨୦ ବର୍ଷୀୟା ରାଗିନୀ ଶ୍ରଫ୍‌ଙ୍କ କାହାଣୀ ଦେଖିବାକୁ ମିଳିବ, ଯିଏକି ନିଜ ସାଙ୍ଗମାନଙ୍କ ସହ ମିଶି ଏକ ଟ୍ରିପ୍‌ରେ ଯାଉଛନ୍ତି। କିନ୍ତୁ ଏକ ଘଟଣାଚକ୍ର ତାଙ୍କ ଜୀବନକୁ ପୂରା ବଦଳାଇ ଦେଉଛି। ଶୋ’ରେ ସସ୍‌ପେନ୍ସ, ଆକ୍ସନ ଏବଂ ଥ୍ରୀଲର କମ୍ବିନେଶନ ଦର୍ଶକ ଦେଖିବାକୁ ପାଇବେ। ଏହାସହିତ ଅନେକ ରହସ୍ୟରୁ ମଧ୍ୟ ଏଥିରେ ପରଦା ହଟିବ।

ragini3

ଦିବ୍ୟା ଓ ବରୁଣଙ୍କ ବ୍ୟତୀତ ଶୋ’ରେ ସ୍ନେହା ନମନନ୍ଦୀ, ନଭନିତ୍‌ କୌର, ଥିଆ ଡିସୁଜା, ସାକ୍ଷୀ ଗୁପ୍ତା, ରିଷିକା ନାଗ୍‌, ଆରତି ଖେତରପାଲ୍‌, ଅନ୍ତରା ବାନାର୍ଜୀ, ଅର୍ଚ୍ଚନା ଭାଦ୍‌ନରକର, ଗୌରବ ଅଲୁଗ, ଭିକି ରାଥୋଡ୍‌ଙ୍କ ଭଳି କଳାକାର ନଜର ଆସିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.