Below header

ମାଲକାନଗିରି ସୀମାନ୍ତ ଛତିଶଗଡ ରାଜନନ୍ଦଗାଓଁରେ ପୋଲିସ-ନକ୍ସଲ୍ ଗୁଳିବିନିମୟ, ୪ ମାଓବାଦୀ ମୃତ

ମାଲକାନଗିରି : ମାଲକାନଗିରି ସୀମାନ୍ତ ଛତିଶଗଡ ରାଜନନ୍ଦଗାଓଁରେ ପୋଲିସ-ମାଓବାଦୀ ଗୁଳିବିନିମୟ । ଏଥିରେ ଜଣେ ସବଇନସ୍ପେକ୍ଟର ସହିଦ ହୋଇଛନ୍ତି । ପୋଲିସର ପାଲଟା ଜବାବରେ ୪ ମାଓବାଦୀଙ୍କର ମୃତ୍ୟୁ ହୋଇଛି । ସହିଦ ଯବାନ ହେଲେ ସବଇନସ୍ପେକ୍ଟର ଶ୍ୟାମ କିଶୋର ଶର୍ମା । କିଛି ଯବାନ ନିଖୋଜ ଥିବା ସୂଚନା ମିଳିଛି । ସେପଟେ ମୃତ ମାଓବାଦୀଙ୍କ ମଧ୍ୟରେ ଦୁଇ ମହିଳା ଓ ଦୁଇ ପୁରୁଷ ଅଛନ୍ତି ।

ତେବେ ମୃତ ମାଓବାଦୀଙ୍କ ନାଁରେ ୧୫ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା ହୋଇଥିଲା । ଘଟଣାସ୍ଥଳରୁ ୪ଟି ଅତ୍ୟାଧୁନିକ ବନ୍ଧୁକ ଓ ବିପୁଳ ପରିମାଣର ବସ୍ଫୋରକ ସାମଗ୍ରୀ ଜବତ କରିଛି ପୋଲିସ । ଗତକାଲି ରାତିରେ ରାଜନନ୍ଦଗାଓଁ ଜଙ୍ଗଲରେୀ ମାଓବାଦୀ ଏକ କ୍ୟାମ୍ପ କରିଥିବା ଖବର ମିଳିଥିଲା । ପୋଲିସ ଖବରପାଇ ତୁରନ୍ତ ଅପରେସନ ଆରମ୍ଭ କରିଥିଲା । ଏବେ ବି ଅପରେସନ ଜାରି ରହିଛି । ସହିଦ୍‌ଙ୍କ ପାଇଁ ଛତିଶଗଡ ମୁଖ୍ୟମନ୍ତ୍ରୀ ଦୁଃଖ ପ୍ରକାଶ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.