ଭଦ୍ରକ ଜିଲ୍ଲାରେ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପହଞ୍ଚିଲା ୧୬ରେ, ଓଡ଼ିଶାରେ ୯୪

କେନ୍ୟୁଜ(ବ୍ୟୁରୋ): ପୁଣି ଭଦ୍ରକରେ ଚିହ୍ନଟ ହେଲେ ୪ କରୋନା ପଜେଟିଭ। ଓଡ଼ିଶାରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ପହଞ୍ଚିଲା ୯୪ରେ। ସମସ୍ତେ ପଶ୍ଚିମବଙ୍ଗ ଫେରନ୍ତା ବୋଲି ଟ୍ୱିଟ ଯୋଗେ ସୂଚନା ଦେଲା ସୂଚନା ଓ ଲୋକସମ୍ପର୍କ ବିଭାଗ। ସେଥିରୁ ଜଣେ ୪୦ ବର୍ଷୀୟ ପୁରୁଷ, ୨୯ ବର୍ଷୀୟ ପୁରୁଷ, ୪୧ ବର୍ଷୀୟ ପୁରୁଷ ଓ ୨୪ ବର୍ଷୀୟ ପୁରୁଷ ଅଛନ୍ତି।  ଏମାନଙ୍କ ମଧ୍ୟରୁ ଦୁଇଜଣ ତିହିଡି ଓ ଧାମନଗର ବ୍ଲକର ବୋଲି ଜଣା ପଡିଛି। ଏମାନଙ୍କ ସଂସ୍ପର୍ଶରେ କେଉଁ ମାନେ ଆସିଛନ୍ତି ତାହା ତଦନ୍ତ ଚାଲିଛି ବୋଲି ସୂଚନା ଦେଇଛି ସୂଚନା ଓ ଲୋକସମ୍ପର୍କ ବିଭାଗ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.