Below header

କରୋନା ସହ ଲଢେଇ ପାଇଁ ବିବାହକୁ ଘୁଞ୍ଚାଇଲେ ରାଜ୍ୟ ସଶସ୍ତ୍ର ପୋଲିସ ବାହିନୀର ମହିଳା ଯୋଦ୍ଧା ଲୀଳାବତୀ

କେନ୍ଦୁଝର (କେନ୍ୟୁଜ) : ନର ସେବା ହିଁ ନାରାୟଣ ସେବା ମନେ କରି କର୍ତ୍ତବ୍ୟ ପାଳନରେ ନିଜ ସମୟକୁ ସମ୍ପୂର୍ଣ୍ଣ ବିନିଯୋଗ କରିଛନ୍ତି ଜଣେ କରୋନା ଯୋଦ୍ଧା। ନିଜ ପରିବାରର ଦାଇତ୍ୱକୁ ଛାଡି ସେ କରୋନା ସଂକ୍ରମଣରୁ ଜନଜୀବନକୁ ସୁରକ୍ଷା ଦେବା ପାଇଁ ନିଜ ଜୀବନକୁ ବାଜିରେ ଲଗାଇବା ସହିତ ସମାଜିକ ସୁରକ୍ଷାକୁ ଆଗରେ ରଖି ସ୍ଥିର ହୋଇସାରିଥିବା ନିଜର ବାହା ଘରକୁ ଘୁଞ୍ଚାଇ ଦେଇଛନ୍ତି। ଆମେ କହୁଛୁ କେନ୍ଦୁଝର ଜିଲ୍ଲା ଆନନ୍ଦପୁରରୁ ଜଣେ କର୍ତବ୍ୟରତ ମହିଳା ପୋଲିସ କର୍ମଚାରୀଙ୍କ କାହାଣୀ।

କେନ୍ଦୁଝର ଜିଲ୍ଲାର ରାଜ୍ୟ ସଶସ୍ତ୍ର ପୋଲିସବାହିନୀର ଜଣେ ମହିଳା ଯୋଦ୍ଧା ଲୀଳାବତୀ। ୨୦୧୦ ମସିହାରେ ସେ ନିଜକୁ ପୋଲିସ ବାହିନୀରେ ନିୟୋଜିତ କରିଆସିଛନ୍ତି। ବର୍ତ୍ତମାନର ସଂକଟମୟ ପରିସ୍ଥିତିରେ ନିଜ ଜୀବନକୁ କରୋନା ଯୁଦ୍ଧରେ ସାମିଲ କରିଛନ୍ତି। ଏକ ଗରିବ ପରିବାରରେ ଜନ୍ମ ହୋଇଥିବା ଲୀଳାବତୀ ନିଜ ଜୀବନକୁ ଏକ ଚ୍ୟାଲେଞ୍ଜ ଭାବେ ଗ୍ରହଣ କରି ନିଜ ଗୋଡ଼ରେ ନିଜେ ସକ୍ଷମ ଭାବେ ଠିଆ ହୋଇପାରିଛନ୍ତି। ସମସ୍ତଙ୍କ ପରି ନିଜ ସ୍ବପ୍ନର ସଂସାର ଗଢି ତୋଳିବାକୁ ଆଶା ରଖିଥିବା ବେଳେ ମନ ମୁତାବକ ବିବାହ ସ୍ଥିରୀକୃତ ହୋଇଥିଲା।

ସେଥିପାଇଁ ଆନୁଷଙ୍ଗିକ ବିଧି ବ୍ୟବସ୍ତା ସମ୍ପାଦନ ହୋଇଥିଲା। ବନ୍ଧୁ ବାନ୍ଧବ ସାଙ୍ଗ ସାଥୀଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଥିଲା। ବିବାହ କାର୍ଡ ମଧ୍ୟ ବଣ୍ଟା ସରିଥିଲା। ହେଲେ ଏହି ସମୟରେ ବିଶ୍ୱ ବ୍ୟାପକ କରୋନା ସଂକ୍ରମଣର ଭୟବହତା ବିରୁଦ୍ଧରେ ଯୁଦ୍ଧର ଆହ୍ୱାନକୁ ବରଣ କରିବା ସହିତ ନିଜ ବିବାହକୁ ଘୁଞ୍ଚାଇ ଦେଇଛନ୍ତି। ଜୀବନ ସୁଖ ଆଗରେ ସମାଜର ସୁରକ୍ଷା ଏକ ଦାଇତ୍ୱ ଓ କର୍ତବ୍ୟ। ଏହାକୁ ଜୀବନର ବ୍ରତ କରି ପୋଲିସ ବହିନୀରେ ନିଜକୁ ନିୟୋଜିତ କରି ଏକ ସମାଜିକ ଶୃଙ୍ଖଳା ରେ ରଥୀ ଭାବେ ନିଜକୁ ଗର୍ବିତ ମନେ କରୁଛନ୍ତି ଲୀଳାବତୀ।

ନିଜର ଏହି ନିଷ୍ପତ୍ତିକୁ ଉଭୟ ପରିବାର ସମ୍ମାନ ଜଣାଇ ବିବାହ କୁ ଘୁଞ୍ଚାଇବାକୁ ସମ୍ମତି ପ୍ରଦାନ କରିବା ସହିତ ତାଙ୍କୁ ପ୍ରଶଂସା କରିଛନ୍ତି। ଲୀଳାବତୀଙ୍କ ଏହିଭଳି କାର୍ଯ୍ୟ ପାଇଁ ତାଙ୍କ ସହକର୍ମୀ ମଧ୍ୟ ଅନେକ ଗର୍ବିତ ହେବା ସହିତ ଏହା ସମସ୍ତଙ୍କ ପାଇଁ ଏକ ଉଦାହରଣ ବୋଲି କହିଛନ୍ତି।-ଦେଶ ସେବା ନିକଟରେ ଲୀଳାବତୀ ଙ୍କର ଦାଇତ୍ୱ ନିଷ୍ଠା, କର୍ତ୍ତବ୍ୟ ପରାୟଣତା ଓ ତ୍ୟାଗ ଆଜିର ସମାଜ ପାଇଁ ଅତୁଳନୀୟ, ପ୍ରେରଣାଦାୟକ ଓ ପ୍ରଶଂସନୀୟ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.