ଦିଲ୍ଲୀରୁ ଫେରିଥିବା ୮ ଆର୍‌ପିଏଫ୍‌ କରୋନା ପଜେଟିଭ ମଧ୍ୟରୁ ଜଣେ ଓଡ଼ିଶାର ବାଲେଶ୍ୱରର

ଭୁବନେଶ୍ୱର(କେନ୍ୟୁଜ୍‌): ଜଣେ ରେଳବାଇ ସୁରକ୍ଷା ବଳ(ଆର୍‌ପିଏଫ୍‌) କନେଷ୍ଟବଳ(୩୨) ଅପ୍ରେଲ ୨୦ ତାରିଖରେ କରୋନା ପଜେଟିଭ ଜଣାପଡ଼ିଛନ୍ତି । ବାଲେଶ୍ୱରରେ ଅବସ୍ଥାପିତ ଏହି ଆର୍‌ପିଏଫ୍‌ ଦିଲ୍ଲୀରୁ ଫେରିଥିବା ୮ ସଂକ୍ରମିତ ଆର୍‌ପିଏଫ୍‌ଙ୍କ ମଧ୍ୟରୁ ଜଣେ ବୋଲି ଜଣାପଡ଼ିଛି ।

ସୂଚନାନୁଯାୟୀ, ଆରପିଏଫ୍‌ର ଏକ ୨୬ ଜଣିଆ ଟିମ୍‌ କୈାଣସି କାମରେ ମାର୍ଚ୍ଚ ୧୯ରେ ନୂଆଦିଲ୍ଲୀ ଯାଇ ୨୦ରେ ପହଞ୍ଚିଥିଲେ । ଏହି ଟିମ୍‌ ନୂଆଦିଲ୍ଲୀରେ ଥିବା ବେଳେ ଲକ୍‌ଡାଉନ୍‌ ଘୋଷଣା କରାଯାଇଥିଲା ।

ଫଳରେ ସେମାନେ ନୂଆଦିଲ୍ଲୀ ଦୟାବସ୍ତି ଆର୍‌ପିଏଫ୍‌ କ୍ୟାମ୍ପ୍‌ରେ ରହିଥିଲେ । ପାର୍ସଲ ଟ୍ରେନ୍‌ ଚଳାଚଳ ଆରମ୍ଭ ହେବା ପରେ ଉପରିସ୍ଥ ଅଫିସରଙ୍କ ନିର୍ଦ୍ଦେଶ କ୍ରମେ ସେମାନେ ଅପ୍ରେଲ ୧୩ରୁ ନୂଆଦିଲ୍ଲୀରୁ ବାହାରି ୧୪ରେ ହାଓଡାରେ ପହଞ୍ଚିଥିଲେ ।

ହାଓଡ଼ାରୁ ଆର୍‌ପିଏଫ୍‌ ଟ୍ରକ୍‌ ଯୋଗେ ସେମାନେ ନିଜ ନିଜର ବ୍ୟାରେକ୍‌ରେ ଓ କେହି ନିଜର ଖାଲି କ୍ୱାଟରରେ ପହଞ୍ଚିଥି କ୍ୱାରେଣ୍ଟାଇନ୍‌ରେ ରହିଥିଲେ । ଏମାନଙ୍କ ମଧ୍ୟରୁ ଜଣେ ବାଲେଶ୍ୱରର ହୋଇଥିବାରୁ ସେ ମଧ୍ୟ ସେଠାରେ କ୍ୱାରେଣ୍ଟାଇନ୍‌ରେ ରହିଥିଲେ ।

ତେବେ ଆର୍‌ପିଏଫ୍‌ କ୍ୱାରେଣ୍ଟାଇନ୍‌ରେ ନରହି ଖୋଲା ବୁଲୁଛନ୍ତି ବୋଲି କିଛି ଉଡ଼ା ଖବର ସେତେବେଳେ ଆସିଥିଲା ଯାହାକୁ ଆର୍‌ପିଏଫ୍‌ ପକ୍ଷରୁ ଖଣ୍ଡନ କରାଯାଇଛି । ଆର୍‌ପିଏଫ୍‌ ଏହାକୁ ଭିତ୍ତିହୀନ ବୋଲି କହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.