Below header

ଆଜି ଲୋକାର୍ପିତ ହେବ ଚତୁର୍ଥ ପର୍ଯ୍ୟାୟ ସ୍ମାର୍ଟ କ୍ଲାସ ରୁମ୍‌, ଗଞ୍ଜାମ ଗସ୍ତରେ ୨ ମନ୍ତ୍ରୀଙ୍କ ସମେତ ୧୮ ବିଧାୟକ

ଗଞ୍ଜାମ(କେନ୍ଯୁଜ୍): ଆଜି ଲୋକାର୍ପିତ ହେବ ଚତୁର୍ଥ ପର୍ଯ୍ୟାୟ ସ୍ମାର୍ଟ କ୍ଲାସ ରୁମ୍‌ । ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥିପାଇଁ ଗଞ୍ଜାମ ଗସ୍ତରେ ଯିବେ ୨ ମନ୍ତ୍ରୀଙ୍କ ସମେତ ୧୮ ବିଧାୟକ । ଶିକ୍ଷା ବ୍ୟବସ୍ଥାରେ ବ୍ୟାପକ ପରିବର୍ତ୍ତନ କରାଯାଇ ୫ଟି ଆନୁକୂଲ୍ୟରେ ରୂପାନ୍ତରୀକରଣ ହୋଇଥିବା ହିଞ୍ଜିଳିକାଟୁ ନିର୍ବାଚନମଣ୍ଡଳୀର ୧୦ଟି ସ୍ମାର୍ଟ ସ୍କୁଲର ଲୋକାର୍ପଣ ହେବ ।

ହିଞ୍ଜିଳିରୁ ଆରମ୍ଭ ହୋଇଛି ରାଜ୍ୟ ସରକାରଙ୍କର ସ୍କୁଲ ରୂପାନ୍ତରଣ କାର୍ଯ୍ୟ । ସାରା ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ ୧ ହଜାର ୭୦ ସ୍କୁଲର କାୟାକଳ୍ପ ହେବ। ୩୦ ତାରିଖ ମଧ୍ୟରେ ୫୦ଟି ସ୍ମାର୍ଟ ସ୍କୁଲର ଲୋକାର୍ପଣ କରାଯିବ । ୫ଟି ପର୍ଯ୍ୟାୟରେ ୧୦୮ ବିଧାୟକ ସ୍ମାର୍ଟ ସ୍କୁଲ ପରିଦର୍ଶନ କରିବେ । ସ୍ମାର୍ଟ ସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମରେ କ୍ଲାସରୁମ ଅତ୍ୟାଧୁନିକ ଢାଞ୍ଚାରେ ନିର୍ମାଣ କରାଯିବା ସହ ଇ-ଲାଇବ୍ରେରୀ, ଇ-ଲାବୋରେଟୋରୀ, ଅତ୍ୟାଧୁନିକ ଟଏଲେଟ୍‌, ପିଇବା ପାଣି ଆଦିର ବ୍ୟବସ୍ଥା ରହିଛି । ବ୍ଲାକବୋର୍ଡ ପରିବର୍ତ୍ତେ ଏଲ୍‌ଇଡି ଟିଭି ଓ ହ୍ଵାଇଟ୍‌ ବୋର୍ଡରେ ପାଠ ପଢିବେ ଛାତ୍ରଛାତ୍ରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.