Below header

ନକଲି ସୁନା ଶଙ୍ଖ ନାଁରେ ମହାଠକେଇ: ଲୁଟିନେଲେ ୩ ଲକ୍ଷ ଟଙ୍କା , ୪ ଗିରଫ

ନବରଙ୍ଗପୁର ଜିଲ୍ଲା ଉମରକୋଟରେ ପୁଣି ନକଲି ଶଙ୍ଖ ବିକ୍ରି ଅଭିଯୋଗ । ଘଟଣାରେ ୪ ଜଣଙ୍କୁ ଗିରଫ କରିଛି ପୋଲିସ ।

ନବରଙ୍ଗପୁର (କେନ୍ୟୁଜ): ନକଲି ସୁନା ଶଙ୍ଖ ବିକ୍ରି ଅଭିଯୋଗରେ ୪ ଗିରଫ । ନବରଙ୍ଗପୁର ଜିଲ୍ଲା ଉମରକୋଟରେ ପୁଣି ନକଲି ଶଙ୍ଖ ବିକ୍ରି ଅଭିଯୋଗ । ଘଟଣାରେ ୪ ଜଣଙ୍କୁ ଗିରଫ କରିଛି ପୋଲିସ । ଉମରକୋଟ ଥାନା ଏକମ୍ୱା ଗାଁର ପଲ୍ଲବ ନାମକ ଜଣେ ବ୍ୟକ୍ତି ପୁରୀ ଜିଲାର ରାଜେଶ ପଲେଇଙ୍କୁ ଏକ ଶଙ୍ଖ ଦେଖାଇଥିଲା । ଏହା ସୁନା କହିବା ସହ ଏହାକୁ ୩ ଲକ୍ଷ ଟଙ୍କାରେ ବିକ୍ରି କରିବା ପାଇଁ ଚାହୁଁଛି ବୋଲି କହିଥିଲା। ଏନେଇ ରାଜେଶ ତାଙ୍କ ବାପାଙ୍କୁ କହିବା ପରେ ପଲ୍ଲବଙ୍କ ଠାରୁ ସୁନା ଶଙ୍ଖକୁ କିଣିିଥିଲେ ପଲ୍ଲବଙ୍କ ବାପା। ପରେ ପରୀକ୍ଷା କରିବାକୁ ସେହି ଶଙ୍ଖ ସୁନାର ନୁହେଁ ବରଂ ପିତ୍ତଳର ବୋଲି ଜାଣିବା ପରେ ଗତ ନଭେମ୍ବର ୪ରେ ଉମରକୋଟ ଥାନାରେ ଏତଲା ଦେଇଥିଲେ।

ଘଟଣାର ତଦନ୍ତ ଆରମ୍ଭ କରି ଉମରକୋଟ ପୋଲିସ ଉମରକୋଟ ଶିବାଜୀ ନଗରର ଛବିନ୍ଦ୍ର ସାହୁ, ଡାବୁଗାଁ ଥାନା ଅଞ୍ଚଳରୁ ଗଣେଶ ପନକା,ହିରାସିଂ ହରିଜନ, କୋଡ଼ିଙ୍ଗା ଥାନା ଅନ୍ତର୍ଗତ ଆମ୍ବଗାଁ ଗାଁର କ୍ରୀଷ୍ଣା ପନକାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଉମରକୋଟ ଥାନା ପୋଲିସ। ସେମାନଙ୍କ ଠାରୁ ଦୁଇଟି ପିତଳ ଶଙ୍ଖ, ୪୦ ହଜାର ଟଙ୍କା, ଗୋଟିଏ କାର, ଦୁଇଟି ଛୁରୀ, ୨ଟି ଲାଠି ଓ ୪ଟି ମୋବାଇଲ ଜବତ ହୋଇଥିବା ପ୍ରେସମିଟରେ ସୂଚନା ଦେଇଛନ୍ତି ପାପଡ଼ାହାଣ୍ଡି ପୋଲିସ ଉପଖଣ୍ଡ ଅଧିକାରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.