‘ତୁଝସେ ନାରାଜ୍‌ ନେହିଁ ଜିନ୍ଦେଗୀ ହେରାନ୍‌ ହୁଁ ମୈ…’ ଗାୟକ ଅନୁପ ଘୋଷାଲଙ୍କ ପରଲୋକ, ୭୭ ବର୍ଷ ବୟସରେ ନେଲେ ଶେଷ ନିଶ୍ୱାସ

ଲୋକପ୍ରିୟ ଗାୟକ ତଥା କମ୍ପୋଜର ଅନୁପ ଘୋଷାଲଙ୍କ ପରଲୋକ ହୋଇଛି । ୭୭ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଥିବା ଖବର ମିଳିଛି । ଦୀର୍ଘ ସମୟରେ ବିଭିନ୍ନ ପ୍ରକାରର ରୋଗରେ ପୀଡିତ ହୋଇ ହସପିଟାଲରେ ଭର୍ତ୍ତି ହୋଇଥିଲେ ।

ବଲିଉଡର ଲୋକପ୍ରିୟ ଗାୟକ ତଥା କମ୍ପୋଜର ଅନୁପ ଘୋଷାଲଙ୍କ ପରଲୋକ ହୋଇଛି । ୭୭ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଥିବା ଖବର ମିଳିଛି । ଦୀର୍ଘ ସମୟରେ ବିଭିନ୍ନ ପ୍ରକାରର ରୋଗରେ ପୀଡିତ ହୋଇ ହସପିଟାଲରେ ଭର୍ତ୍ତି ହୋଇଥିଲେ । ତାଙ୍କ ନିଧନରେ ସମଗ୍ର ଇଣ୍ଡଷ୍ଟ୍ରୀ ଶୋକରେ ରହିଛି । ତାଙ୍କ ଫ୍ୟାନ୍ସ ସୋସିଆଲ ମିଡିଆରେ ଗାୟକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।

ଖବର ମୁତାବକ, ଗତ କିଛିଦିନରୁ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡିତ ହୋଇ ସାଉଥ କୋଲକତାର ଏକ ଘରୋଇ ହସପିଟାଲରେ ଭର୍ତ୍ତି ହୋଇଥିଲେ । ତେବେ ଶୁକ୍ରବାର ଦିନ ୧.୪୦ ସମୟରେ ମଲ୍ଟି ଅର୍ଗାନ ଫେଲେଓ୍ଵର ହେବାରୁ ମୃତ୍ୟୁ ହୋଇଛି । ତାଙ୍କର ୨ଟି ଝିଅ ରହିଛି ।

ତେବେ ତାଙ୍କ ମୃତ୍ୟୁରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶୋକ ପ୍ରକାଶ କରିଛନ୍ତି । ସେ ତୃଣମୂଳ କଂଗ୍ରେସରୁ ଉତ୍ତରପୀଡ ସିଟ୍‌ରୁ ୨୦୧୧ରେ ବିଧାନସଭା ନିର୍ବଚାନ ଲଢି ରାଜନୀତି କ୍ଷେତ୍ରରେ ପାଦ ରଖିଥିଲେ ।
ଅନୁପ ଲୋକପ୍ରିୟ ଗାୟକ । ତାଙ୍କ ଜନ୍ମ ୧୯୪୫ରେ ଅମୁଲ୍ୟ ଚନ୍ଦ୍ର ଘୋଷାଲ ଏବଂ ଲାବଣ୍ୟ ଘୋଷାଲଙ୍କ କୋଳରୁ ଜନ୍ମ ଦେଇଥିଲେ । ମାତ୍ର ୪ ବର୍ଷ ବୟସରେ ସଂଗୀତ ଟ୍ରେନିଂ ଆରମ୍ଭ କରିଥିଲେ । ଏହାପରେ ଅଲ ଇଣ୍ଡିଆ ରେିଡିଓ, କୋଲକତାରୁ ପିଲାଙ୍କ କାର୍ଯ୍ୟକ୍ରମ ଶିଶୁ ମହଲ ପାଇଁ ଗାଇଥିଲେ ।

ତାଙ୍କର ଲୋକପ୍ରିୟ ଗୀତ ଫିଲ୍ମ ‘ମାସୁମ’ରେ ତୁଝସେ ନାରାଜ ନେହିଁ ଜିନ୍ଦେଗୀ…ସବୁଠାରୁ ବଡ ହିଟ୍‌ ଗୀତ ରହିଥିଲା । ସେ ହିନ୍ଦୀ, ବଙ୍ଗାଳୀ ଏବଂ ଅନ୍ୟ ଭାଷାରେ ଗୀତ ଗାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.