ରାକ୍ଷସ ମଣିଷ ! ଦୁଇ ପିଲାକୁ ନିର୍ମମ ଭାବେ ହତ୍ୟା କରିବା ପରେ ରାନ୍ଧି ଖାଇଲା ଯୁବକ

ପାକିସ୍ତାନରେ ଜଣେ ନରଭକ୍ଷୀକୁ ଗିରଫ କରିଛି ପୋଲିସ । ଅଭିଯୁକ୍ତ ଜଣକ ଦୁଇ ପିଲାଙ୍କୁ ନିର୍ମମ ହତ୍ୟା କରିବା ପରେ ମାଂସ ରାନ୍ଧି ଖାଇଥିବା ପୋଲିସ ଖବର ଦେଇଛି ।

ନୃଶଂସତାର ସବୁ ସୀମା ପାର । ପିଲାକୁ ନିର୍ମମ ଭାବେ ହତ୍ୟା କରିବା ପରେ ରାନ୍ଧି ଖାଇଛି ରାକ୍ଷସ । ପାକିସ୍ତାନର ପଞ୍ଜାବ ପ୍ରାନ୍ତରେ ମୁଜଫରଗଡ ନାମକ ଏକ ସହରରେ ଏଭଳି ଘଟଣା ଘଟିଛି । ଏହି ଘଟଣାରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଛି ।

ଖବର ମୁତାବକ, ପାକିସ୍ତାନର ପଞ୍ଜାବ ପ୍ରାନ୍ତରେ ମୁଜଫରଗଡରେ ଖାନଗଡ ଅଞ୍ଚଳରେ ୩ ପିଲା ଗାଏବ ହୋଇଥିବା ଥାନାରେ ଅଭିଯୋଗ ହୋଇଥିଲା । ପିଲା ଗାଏବ ହେବା ପରେ ବାପା ମା ଖୋଜିଥିବା ବେଳେ ପାଇନଥିବାରୁ ହତାଶ ହେବା ପରେ ପୋଲିସକୁ ଖବର ଦେଇଥିଲେ । ପୋଲିସ ତୁରନ୍ତ ସେମାନଙ୍କ ସନ୍ଧାନ ପାଇଁ ଲାଗିପଡିଥିଲା । ପୋଲିସ ଅଭିଯୁକ୍ତକୁ ଧରିବା ବେଳକୁ ଦୁଇଟି ପିଲାକୁ ନିର୍ମମ ଭାବେ ହତ୍ୟା କରିଦେଇଥିଲା । କେବଳ ହତ୍ୟା ନୁହେଁ ତାଙ୍କୁ ରାନ୍ଧି ମାଂସ ମଧ୍ୟ ଖାଇଥିଲା । ଏହାପରେ ଅଭିଯୁକ୍ତ ପାଖରୁ ଆଉ ଜଣେ ୭ ବର୍ଷର ପିଲାକୁ ଉଦ୍ଧାର କରିଥିଲା ପୋଲିସ ।

ପୋଲିସ ଅଭିଯୁକ୍ତକୁ ତୁରନ୍ତ ଗିରଫ କରି ମାମଲାର ଯାଞ୍ଚ କରୁଛି । ତେବେ ଉଦ୍ଧାର ହୋଇଥିବା ୭ ବର୍ଷ ପିଲା ପୋଲିସକୁ ସବୁ ସତ କହିଥିଲା । ପିଲାର କହିବା ମୁତାବକ, ୩ ବର୍ଷର ଭାଇ ଏବଂ ଦେଢ ବର୍ଷର ଭଉଣୀକୁ ହତ୍ୟା କରିବା ପରେ ଅଭିଯୁକ୍ତ ମାଂସ ରାନ୍ଧି ଖାଇଥିଲା । ଏହାଛଡା ଅଭିଯୁକ୍ତ ଜଣକ ସ୍ଥାନୀୟ ଦରଗାହରେ ମଣିଷ ମାଂସ ମଧ୍ୟ ବାଣ୍ଟିଥିଲା । ପୋଲିସ ଅଭିଯୁକ୍ତକୁ ଗିରଫ କରିବା ବେଳେ ଘଟଣା ସ୍ଥଳରୁ ଛୁରୀ ଜବତ କରିଛି ।

ତେବେ ପୋଲିସ କହିବା ମୁତାବକ, ଗିରଫ ହୋଇଥିବା ଅଭିଯୁକ୍ତର ଅବସ୍ଥା ଗୁରୁତର ରହିଛି । ତାଙ୍କୁ ଚିକିତ୍ସା ପାଇଁ ହସପିଟାଲରେ ଭର୍ତ୍ତି କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.