ଭୁବନେଶ୍ୱର ଷ୍ଟେସନରେ ମାଲବାହୀ ଟ୍ରେନ୍‌ ଲାଇନଚ୍ୟୁତ ଘଟଣା: ସମ୍ପୂର୍ଣ୍ଣ ସ୍ୱାଭାବିକ ହୋଇନି ରେଳ ଚଳାଚଳ

ଭୁବନେଶ୍ବର(କେନ୍ୟୁଜ୍): ଭୁବନେଶ୍ୱର ଷ୍ଟେସନରେ ମାଲବାହୀ ଟ୍ରେନ୍‌ ଲାଇନଚ୍ୟୁତ ଘଟଣାରେ ସମ୍ପୂର୍ଣ୍ଣ ସ୍ୱାଭାବିକ ହୋଇନି ରେଳ ଚଳାଚଳ । ଡାଉନ ଲାଇନରେ ମରାମତି ଚାଲୁଥିବା ଯୋଗୁଁ ଆଜି ୬ଟି ଟ୍ରେନ୍‌ ବାତିଲ କରାଯାଇଛି । ଭୁବନେଶ୍ୱର-ହାଓ୍ଵାଡା, ଭୁବନେଶ୍ୱର-ବଲାଙ୍ଗୀର, ପୁରୀ-ପାରାଦୀପ, ପୁରୀ-ବଡ଼ବିଲ, ତାଳଚେର-ପୁରୀ, ଓ ପାରାଦୀପ-କଟକ ଟ୍ରେନ ଆଜି ପାଇଁ ବାତିଲ ହୋଇଛି ।

train deraied 2

ଗୋଟିଏ ଲାଇନ୍‌ ମରାମତି ସରିଥିବା ବେଳେ ଏବେ ଆଉ ଗୋଟିଏ ଲାଇନ ମରାମତି କାମ ଚାଲୁଛି । ଗତକାଲି ଟ୍ରେନ୍‌ର ପଛପଟୁ ୫ଟି ଓ୍ଵାଗନ ଲାଇନଚ୍ୟୁତ ହୋଇଥିଲା । ସିମେଣ୍ଟ ବୋଝେଇ ମାଲବାହୀ ଟ୍ରେନଟି ଚକ୍ରଧରପୁରରୁ ଭାୟା ଭୁବନେଶ୍ୱର ଓ କଟକ ଦେଇ ବିଜୟନଗରମ୍‌ ଅଭିମୁଖେ ଯାଉଥିଲା । ତେବେ ଲାଇନଚ୍ୟୁତର କାରଣ ଜଣା ପଡିନି । ଦୁର୍ଘଟଣା ପରେ ସେହି ରୁଟରେ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଥଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.