ଆଜି ପଦ୍ମପୁର ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ହେବ ଶେଷକୃତ୍ୟ, ଶୋଭାଯାତ୍ରାରେ ସହର ପରିକ୍ରମା ପରେ ରାଜଘାଟରେ ହେବ ଅନ୍ତିମ ସଂସ୍କାର

ପଦ୍ମପୁର(କେନ୍ୟୁଜ୍): ଆଜି ପଦ୍ମପୁର ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ହେବ ଶେଷକୃତ୍ୟ। ଶୋଭାଯାତ୍ରାରେ ସହର ପରିକ୍ରମା କରିବା ପରେ ପଦ୍ମପୁର ରାଜଘାଟରେ ହେବ ଅନ୍ତିମ ସଂସ୍କାର। ଗତକାଲି ତାଙ୍କ ପାର୍ଥିବ ଶରୀର ପଦ୍ମପୁରରେ ପହଞ୍ଚିବା ପରେ ହଜାର ହଜାର ଲୋକ ଶେଷ ଦର୍ଶନ କରିଥିଲେ। କୁସନାପାଲିସ୍ଥିତ ବାସଭବନରେ ରଖାଯାଇଥିଲା ପାର୍ଥିବ ଶରୀର। ପରେ ପଦ୍ମପୁର ବିଜେଡି ପାର୍ଟି ଅଫିସରେ ରଖାଯାଇଥିଲା ପାର୍ଥିବ ଶରୀର ।

ସେଠାରେ ଅନେକ ନେତା ଓ କର୍ମୀ ଶେଷ ଦର୍ଶନ କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଆଖି ବୁଜିଥିଲେ ପଦ୍ମପୁର ବିଧାୟକ ବିଜୟ ବରିହା । ଛାତ୍ର ଜୀବନରୁ ରାଜନୀତିରେ ପାଦ ଥାପିଥିଲେ ବିଜୟ ରଞ୍ଜନ ସିଂ ବରିହା । ପଦ୍ମପୁରରୁ ୫ ଥର ବିଧାୟକ ହୋଇଥିଲେ। ବିଧାୟକଙ୍କ ବିୟୋଗରେ ଶୋକର ଛାୟା ଖେଳିଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.