ପୁଣି ଚର୍ଚ୍ଚାରେ ଗଜପତି ଏସ୍‌ପି ସାରା ଶର୍ମା, ନିଜେ ଗୀତ ଗାଇ କ୍ରାଇମ ଉପରେ ଲଗାମ ଲଗାଇବାକୁ କରିଛନ୍ତି ପ୍ରଚେଷ୍ଟା

ଗଜପତି(କେନ୍ୟୁଜ୍): ପୁଣି ଚର୍ଚ୍ଚାରେ ଗଜପତି ଏସ୍‌ପି ସାରା ଶର୍ମା। ମହିଳା ଓ ଶିଶୁଙ୍କ ସୁରକ୍ଷା ପାଇଁ ଆରମ୍ଭ କଲେ ସି-ଟିମ୍‌ ଯୋଜନା। ନିଜେ ଗୀତ ଗାଇ କ୍ରାଇମ ଉପରେ ଲଗାମ ଲଗାଇବାକୁ ପ୍ରଚେଷ୍ଟା କରିଛନ୍ତି ଏସ୍‌ପି। ନିଜେ ଗୀତ ଗାଇ ଜନସାଧାରଣଙ୍କୁ ସଚେତନ କରାଇଛନ୍ତି । ଏହି ଗୀତର ନିର୍ଦ୍ଦେଶନା ଦେଇଛନ୍ତି ଗୁରୁ ରଘୁନାଥ ପାତ୍ର। ହାଇଦ୍ରାବାଦରେ ପ୍ରଚଳିତ ସି ଟିମ୍‌ ରୁ ପ୍ରୋତ୍ସାହିତ ହୋଇ ସାରା ଶର୍ମା ଗଜପତି ଜିଲ୍ଲା ପାରଳାଖେମୁଣ୍ଡରେ ସ ଟିମ୍‌ ଯୋଜନା ଆରମ୍ଭ କରିଛନ୍ତି। ଏଥିପାଇଁ ଗତ ୨୪ ତାରିଖରୁ ଆରମ୍ଭ କରିଛନ୍ତି ସି ସପ୍ତାହ ପାଳନ। ଦ୍ୱିତୀୟ ଦିନରେ ପାରଳାଖେମୁଣ୍ଡି ଥାନାର ଶୋଭା ଗୃହରେ ଆରମ୍ଭ କରିଥିଲେ କାର୍ଯ୍ୟକ୍ରମ। ବର୍ତ୍ତମାନ ଘରେ ଘରେ ସବୁ ମୋବାଇଲରେ ଶୁଭୁଛି ସାରାଙ୍କ କଣ୍ଠ ସ୍ୱର। ସାରାଙ୍କ ଏପରି ଅଭିନବ ପ୍ରୟାସ ପାଇଁ ତାଙ୍କ ନିକଟକୁ ପ୍ରଶଂସାର ସୁଅ ଛୁଟୁଛି। ପୂର୍ବରୁ ମଧ୍ୟ ସାରା ଶର୍ମା ଫନି ବିପନ୍ନଙ୍କ ପାଇଁ ସହାୟତାର ହାତ ବଢାଇଥିଲେ। ଥାଳ ଧରି ନିଜେ ଘର ଘର ବୁଲି ସାହାଯ୍ୟ ଭିକ୍ଷା କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.