Below header

କଟକ JMFC କୋର୍ଟରେ ହାଜର ହେଲା ଗ୍ୟାଙ୍ଗଷ୍ଟର ହାଇଦର୍‌, ୭ ଦିନିଆ ରିମାଣ୍ଡ ପାଇଁ ଆବେଦନ କଲା କମିଶନରେଟ ପୋଲିସ

କଟକ(କେନ୍ୟୁଜ୍): କୋର୍ଟରେ ହଜାର ହେଲା ଗ୍ୟାଙ୍ଗଷ୍ଟର ହାଇଦର୍‌ । କଟକ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ସହରାଞ୍ଚଳ କୋର୍ଟରେ ହାଜର କରାଯାଇଛି । ହାଇଦର୍‌ର ୨ ଜଣ ସହଯୋଗୀଙ୍କୁ ମଧ୍ୟ ହାଜର କରାଯାଇଛି । ୧୦ ଦିନିଆ ରିମାଣ୍ଡ ପାଇଁ ଆବେଦନ କରିଛି କମିଶନରେଟ ପୋଲିସ । ଗତକାଲି ତେଲେଙ୍ଗାନାରୁ ଗିରଫ ହୋଇଥିଲା ହାଇଦର୍‌ ।

ଗତ ୧୦ ତାରିଖ ସନ୍ଧ୍ୟା ୭ଟା ପରେ କମିଶନରେଟ ପୋଲିସ ହାଇଦର ଫେରାର ନେଇ ଖବର ପାଇଥିଲା । ୩ ଘଣ୍ଟା ମଧ୍ୟରେ ରାଜ୍ୟ ବାହାରକୁ ଖସିଯାଇଥିଲା ହାଇଦର। ପୂର୍ବରୁ ସେ ମହାରାଷ୍ଟ୍ରରୁ ଧରାପଡିଥିଲା । ତେଣୁ ରାଜ୍ୟ ବାହାରକୁ ଚାଲିଯାଇଥିବା ସନ୍ଦେହ କରାଯାଇଥିଲା । କମିଶନରେଟ ପୋଲିସ ଟିମ୍‌ ଗଠନ କରି ପଶ୍ଚିମବଙ୍ଗ, ମହାରାଷ୍ଟ୍ର, ଝାଡ଼ଖଣ୍ଡ, ଆନ୍ଧ୍ର ଓ ତେଲେଙ୍ଗାନା ପଠାଇଥିଲା । ଦୁଇଟି ଟିମ୍‌ ଆନ୍ଧ୍ର, ତେଲେଙ୍ଗାନା ଯାଇଥିଲା। ୧୧ ତାରିଖ ରାତିରେ ପୋଲିସ ଟିମ୍‌ ହାଇଦ୍ରାବାଦରେ ପହଞ୍ଚିଥିଲା । ରଶ୍ମିରଞ୍ଜନ ମହାପାତ୍ର ଓ ତାପସ ପ୍ରଧାନଙ୍କ ନେତୃତ୍ୱରେ ଗଠନ ହୋଇଥିଲା ୨ଟି ଟିମ୍‌। ହାଇଦରକୁ ଧରିବାକୁ ହାଇଦ୍ରାବାଦ ପୋଲିସ ଓ ତେଲେଙ୍ଗାନା ପୋଲିସର ଗୋଟିଏ ଲେଖାଏଁ ଟିମ୍‌ ସହାୟତା କରିଥିଲେ। ସାଇବର ଟିମ୍‌ ସହାୟତାରେ ହାଇଦାରର ଲୋକେସନ ମିଳିଥିଲା । ଗୋଟିଏ ଗାଡ଼ିରେ ହାଇଦର ଫେରାର ହୋଇଥିବା ଜଣାପଡିଥିଲା । ୧୩, ୧୪, ୧୫ ତାରିଖ ପର୍ଯ୍ୟନ୍ତ ଅପରେସନ ଚାଲିଥିଲା । ତେଲେଙ୍ଗାନାର ସାଙ୍ଗାରେଡ୍ଡି ଜିଲ୍ଲାରେ ଗତକାଲି ବାଇକରେ ହାଇଦର ଜଣଙ୍କ ସହ ଯାଉଥିବା ଜାଣିବାକୁ ପାଇ ତାକୁ କାବୁ କରାଯାଇଥିଲା । ସେତେବେଳେ ତା’ ପାଖରେ କିଛି ମାରଣାସ୍ତ୍ର ନ ଥିଲା । ବାଦାମବାଡ଼ି ଆଇଆଇସି ତାକୁ କାବୁ କରି ସନ୍ଧ୍ୟା ସାଢେ ୬ଟାରେ ଗିରଫ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.