ଷ୍ଟିମର ନୁହେଁ କଡାରେ ଏପରି ବନାନ୍ତୁ ମାର୍କେଟ ଭଳି ମୋମୋ

ମୋମା ସୌକିନ ଅନେକ ଅଛନ୍ତି। ମୋମୋ ପ୍ରେମୀ ମାନଙ୍କୁ ଏହା ଏତେ ପସନ୍ଦ ଥାଏ ଯେ ସେମାନଙ୍କର ଇଚ୍ଛା ଥାଏ ଏହାକୁ ଘରେ ବନାଇ ହୁଅନ୍ତାନି। ପୁଣି ଏହା ଭାବି ରହିଯାନ୍ତି ଏହାକୁ ବନାଇବା ବହୁତ କଷ୍ଟ। ତେବେ ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଏଥିପାଇଁ ଆପଣଙ୍କୁ ଷ୍ଟିମରର ଆବଶ୍ୟକତା ନାହିଁ। ବହୁତ ସହଜରେ ଆପଣ ମୋମୋ ବନାଇପାରିବେ। ତେବେ ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ।

ଆବଶ୍ୟକ ସାମଗ୍ରୀ

  • ୧ କପ୍ ମଇଦା
  • ଏକ ଛୋଟ ଚାମଚ ତେଲ
  • ଏକ କପ୍ ପାଣି
  • ଅଧା କପ୍ ବନ୍ଧା କୋବି (କଟା ହୋଇଥିବା)
  • ଗୋଟିଏ କଦ୍ଦୁକସ୍ ହୋଇଥିବା ଗାଜର
  • ଗୋଟିଏ ପିଆଜ କଦ୍ଦୁକସ୍ ହୋଇଥିବା
  • ୨ ଛୋଟ ଚାମଚ ପନୀର ମସଲା ହୋଇଥିବା
  • ୨ ଛୋଟ ଚାମଚ ଧନିଆ ପତ୍ର (କଟା ହୋଇଥିବା)
  • ୧ ଚାମଚ ତେଲ
  • ଲୁଣ (ସ୍ୱାଦାନୁସାରେ)
  • ଗୋଟେ ଚାମଚ ସୋୟା ସସ୍‌

ପ୍ରସ୍ତୁତି ପ୍ରଣାଳୀ

  • ମଇଦାରେ ଅଳ୍ପ ଅଳ୍ପ ପାଣି ମିଶାଇ ଚକଟି ଦିଅନ୍ତୁ। ଧ୍ୟାନ ରଖିବେ ଯେପରି ଏହା ଅଧିକ ଗାଢ଼ ନ ହେବ।
  • ପରେ ଅଟାରେ ଅଳ୍ପ ତେଲ ଲଗାଇ ହାଲକା ଚକଟି ଦିଅନ୍ତୁ ଏବଂ ପରେ ୧୫ ମିନିଟ୍ ଘୋଡାଇ ରଖିଦିଅନ୍ତୁ।
  • ଏବେ ଗ୍ୟାସ ଖୋଲି ପ୍ୟାନରେ ତେଲ ଗରମ କରନ୍ତୁ।
  • ଏହାପରେ ଏଥିରେ କାଟି ରଖିଥିବା ବନ୍ଧା କୋବି, ଗାଜର ଏବଂ ପିଆଜ ପକାଇ ଭାଜି ଦିଅନ୍ତୁ।
  • ଏହାପରେ ଏଥିରେ ଲୁଣ, ସୋୟା ସସ୍‌, ପନୀର ମିଶାନ୍ତୁ। ଧନିଆ ପତ୍ର ମିଶାଇ ଗ୍ୟାସରୁ ତଳକୁ ଓହ୍ଲାଇ ଦିଅନ୍ତୁ।
  • ଅଟାର ଛୋଟ ଗୋଲାକୁ ନେଇ ଛୋଟ ସାଇଜରେ ବେଲିଦିଅନ୍ତୁ।
  • ପରେ ମଝିରେ ପୂର ଭରିବା ପାଇଁ ପ୍ରସ୍ତୁତ କରି ରଖିଥିବା ସାମଗ୍ରୀକୁ ଭରିଦିଅନ୍ତୁ। ଏହାପରେ ଗୋଟେ କୋଣକୁ ଧରି ବୁଲାଇ ମୋମୋର ଆକାର ଦିଅନ୍ତୁ।
  • ଯଦି ଆପଣଙ୍କ ପାଖରେ ଷ୍ଟିମର ଅଛି ତ ତାହେଲେ ଆପଣ ସହଜରେ ତେଲ ଲଗାଇ ଷ୍ଟିମ କରିପାରିବେ ନଚେତ କଡାରେ ପାଣି ଫୁଟାଇବା
  • ପରେ ଷ୍ଟିମର ଛଣାରେ ତେଲ ଲଗାଇ ବନାଇଥିବା ମୋମୋକୁ ରଖନ୍ତୁ।
  • ପରେ ପ୍ଲେଟରେ ଘୋଡାଇ ୨୦ ମିନିଟ ଷ୍ଟିମ କରନ୍ତୁ ଏବଂ ଚଟଣୀ ସହ ସର୍ଭ କରନ୍ତୁ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.