ମର୍ସିଡିଜ୍‌ ବେଞ୍ଜ୍‌ ଲଞ୍ଚ୍‌ କରିବ ଇକ୍ୟୁଏସ୍‌ ଇଲେକ୍ଟ୍ରିକ୍‌ ସେଡାନ୍‌, ସିଙ୍ଗଲ୍‌ ଚାର୍ଜରେ ଚାଲିବ ୭୭୦ କିଲୋମିଟର

ପେଟ୍ରୋଲ-ଡିଜେଲ ର ଅହେତୁକ ମୂଲ୍ୟ ବୃଦ୍ଧିକୁ ଦେଖି ସବୁ ଟୁ ଓ ଫୋର୍‌ ହ୍ଵିଲର କମ୍ପାନି ଏବେ ଇଲେକ୍ଟ୍ରିକ ଗାଡ଼ି ବଜାରକୁ ଛାଡୁଛନ୍ତି । ମର୍ସିଡିଜ୍‌ କମ୍ପାନି ମଧ୍ୟ ଏଥିରୁ ବାଦ ଯାଇନାହିଁ । ମର୍ସିଡିଜ୍‌ ବଜାରକୁ ଏବେ ପାଓ୍ଵାରଫୁଲ୍‌ ଲକ୍‌ଜରୀ ସେଡାନ୍‌ ଇକ୍ୟୁଏସ୍‌ ଗାଡ଼ି ଛାଡ଼ିବାକୁ ଯାଉଛି । ଏହା ସେଡାନ୍‌ ମର୍ସିଡିଜ୍‌ର ଦ୍ୱିତୀୟ ଲଙ୍ଗ୍‌ ରେଞ୍ଜ୍‌ ଇଲେକ୍ଟ୍ରିକ୍‌ ଗାଡ଼ି । ଏହା ସିଙ୍ଗଲ୍‌ ଚାର୍ଜରେ ୭୭୦ କିଲୋମିଟର ପର୍ଯ୍ୟନ୍ତ ଯାଇପାରିବ । ୨୦୨୧ ମସିହା ଶେଷ ସୁଦ୍ଧା ଏହି ଗାଡି ବଜାରରେ ଲଞ୍ଚ୍‌ ହେବ । ପ୍ରଥମେ ଏହି ଗାଡ଼ିକୁ କମ୍ପାନି ଆମେରିକାରେ ଲଞ୍ଚ୍‌ କରିବ ।

meecedes benz
photo credit: punjabkesari.in

ପାଓ୍ଵାରଫୁଲ ଇଲେକ୍ଟ୍ରିକ୍‌ କାର୍‌

ମର୍ସିଡିଜ୍‌-ବେଞ୍ଜ୍‌ ଇକ୍ୟୁଏସ୍‌ ଦୁଇ ଭାରିଏଣ୍ଟ (ଇକ୍ୟୁଏସ୍‌ ୪୫୦ ଓ ଇକ୍ୟୁଏସ୍‌ ୮୫୦) ରେ ଉପଲବ୍ଧ ହେବ । ଏଥିରେ ୧୦୮.୭ କିଲୋ ଓ୍ଵାଟ୍‌ ପାଓ୍ଵାର ର ଲିଥିୟମ୍‌ ଆୟନ୍‌ ବ୍ୟାଟେରୀ ଲଗାଯାଇଛି । ଏହି ବ୍ୟାଟେରୀ ୩୨୪ ବିଏଚ୍‌ପି ପାଓ୍ଵାର ଏବଂ ୫୫୦ ୟୁନିଟ୍‌ ମିଟର ଟାର୍କ ଜେନେରେଟର କରିବାକୁ ସକ୍ଷମ । ଏହା ୪.୧ ସେକେଣ୍ଡ ରେ ୦ ରୁ ୧୦୦ କିଲୋମିଟର ପ୍ରତି ଘଣ୍ଟା ସ୍ପିଡ୍‌ରେ ଯାଇପାରିବ ।

ଏହାର ଟପ୍‌ ସ୍ପିଡ୍‌ ଘଣ୍ଟା ପ୍ରତି ୨୧୦ କିମି । ମର୍ସିଡିଜ୍‌ ବେଞ୍ଜ୍‌ ସାରା ଦୁନିଆରେ ୫ ଲକ୍ଷ ଚାର୍ଜିଂ ପଏଣ୍ଟ ନିର୍ମାଣ କରିଛି । ଏଥିରୁ କେବଳ ୨ ଲକ୍ଷ ଚାର୍ଜିଂ ପଏଣ୍ଟ ୟୁରୋପରେ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.