ସଠିକ ସମୟରେ ନିଅନ୍ତୁ କରୋନାର ଦ୍ୱିତୀୟ ଡୋଜ, ନଚେତ୍‌ ହେବେ ହସ୍ପିଟାଲର ଦ୍ୱାରସ୍ଥ

କରୋନା ଭାଇରସର ଦ୍ୱିତୀୟ ଲହରୀକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଭ୍ୟାକସିନ ନେବାପାଇଁ ନିର୍ଦ୍ଦେଶ ଦିଆଯାଇଛି। ଦେଶରେ ଭ୍ୟାକସିନ ନେବାର ସଂଖ୍ୟା କୋଟିଏରୁ ଅଧିକ ହୋଇଥିବାବେଳେ ଏହାର ଦ୍ୱିତୀୟ ଡୋଜରେ ସଂଖ୍ୟା କମ୍‌ ବେଶୀ ଦେଖିବାକୁ ମିଳୁଛି। ଅନେକ ଲୋକ ଏହାର ଦ୍ୱିତୀୟ ଡୋଜକୁ ନେବା ପାଇଁ ଚାହୁଁନଥିବା ବେଳେ କିଛି ଲୋକ ଖାମଖିଆଲି ମନୋଭାବ ଦେଖାଉଛନ୍ତି। ରେଜିଷ୍ଟ୍ରେସନ କରିବା ପରେ ମଧ୍ୟ ଭ୍ୟାକସିନ ନେବା ପାଇଁ ସେଣ୍ଟର ଆସୁୁନାହାନ୍ତି। କିନ୍ତୁ ଭୟ ସମସ୍ତଙ୍କ ମନରେ ରହିଛି। ଦ୍ୱିତୀୟ ଡୋଜ ଗ୍ରହଣ ନକଲେ ଏହା ଶରୀର ପାଇଁ କୌଣସି କ୍ଷତି ହେବ କି ନାହିଁ ତାକୁ ନେଇ ସମସ୍ତଙ୍କ ମନରେ ରହିଛି ପ୍ରଶ୍ନ।

ଭ୍ୟାକସିନର ପ୍ରଥମ ଡୋଜ ନେବା ପରେ ଏହାର ଅନେକ ପାର୍ଶ୍ୱପ୍ରତିକ୍ରିୟା ଦେଖିବାକୁ ମିଳିଛି। ଏହା କାରଣରୁ ଦ୍ୱିତୀୟ ଡୋଜ ନେବାକୁ ସମସ୍ତେ ଭୟ କରୁଛନ୍ତି। କିଛି ଜଣ ଏହି ଭ୍ୟାକସିନର ପ୍ରଭାବକୁ ନେଇ ଆଶା ଆଶଙ୍କାରେ ମଧ୍ୟ ରହିଛନ୍ତି। ଏହାକୁ ନେବା ପରେ କିଛି ଜଣଙ୍କର ଜ୍ୱର, ଥଣ୍ଡା, ହାଲିଆ ଭଳି ଲକ୍ଷଣ ସାମ୍ନାକୁ ଆସିଛି। ଏଥିପାଇଁ ଲୋକଙ୍କ ଡର ବଢ଼ିଯାଇଛି।

ଅନ୍ୟପଟେ କରୋନା କାରଣରୁ ସ୍ୱାସ୍ଥ୍ୟ ବ୍ୟବସ୍ଥା ଉପରେ ଅନେକ ପ୍ରଭାବ ପଡିଛି। ଏବେ ଲୋକଙ୍କୁ ଭ୍ୟାକସିନ ଦେବାର ଚିନ୍ତା ମଧ୍ୟ ସ୍ୱାସ୍ଥ୍ୟବ୍ୟବସ୍ଥାକୁ ଘାରିଛିି। ତେବେ କିଛି ସ୍ଥାନରେ ଭ୍ୟାକସିନର ଅଭାବ ମଧ୍ୟ ଆରମ୍ଭ ହୋଇସାରିଛି। ଭାରତରେ ପାଖାାପାଖି ୯କୋଟି ଲୋକଙ୍କର ଦ୍ୱିତୀୟ ଡୋଜ ନେବାକୁ ବାକି ଅଛି। ବୈଜ୍ଞାନିକଙ୍କ କହିବା ଅନୁଯାୟୀ ଏହାର ଦ୍ୱିତୀୟ ଡୋଜ ନେବା ପରେ ହିଁ ଏହାର ପ୍ରଭାବ ସଂପର୍କରେ ସୁନିଶ୍ଚିତ ହୋଇପାରିବା। କାରଣ ଦ୍ୱିତୀୟ ଡୋଜ ନେବା ପରେ ହିଁ ଶରୀର କୋଭିଡ-୧୯ କୁ ଲଢ଼ିବା ପାଇଁ ସକ୍ଷମ ହୋଇପାରିବ।

koti9000044
pc: The Economic Times

ଭାରତୀୟ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, ଯଦି ଆପଣ ସମୟ ମଧ୍ୟରେ ଭ୍ୟାକସିନ ଡୋଜ ନେବେ ନାହିଁ ତେବେ ଏହାର ସଠିକ ପ୍ରଭାବ ଶରୀର ଉପରେ ପଡିବ ନାହିଁ। ତେଣୁ ଠିକ ସମୟ ମଧ୍ୟରେ ଭ୍ୟାକସିନର ୨ ଟି ଡୋଜ ନେବା ଆବଶ୍ୟକ। ଏହା ଆପଣଙ୍କ ଶରୀରରେ କୋଭିଡ ସହ ଲଢ଼ିବା ପାଇଁ ସାହାଯ୍ୟ କରିବ। ଯଦି କୌଣସି ବ୍ୟକ୍ତି ଏହି ଡୋଜକୁ ନେବାରେ ଅବହେଳା ପ୍ରଦର୍ଶନ କରୁଥାନ୍ତି ତେବେ ଏଥିପାଇଁ ସେ ସ୍ୱାସ୍ଥ୍ୟଗତ ସମସ୍ୟାର ସମ୍ମୁଖିନ ହୋଇପାରନ୍ତି ବୋଲି କୁହାଯାଇଛି।

ଏହି ଡୋଜ ଶରୀରରେ ରୋଗ ସହ ଲଢ଼ିବା ପାଇଁ ଆଣ୍ଟିବଡି ପ୍ରସ୍ତୁତ କରିଥାଏ । ଦ୍ୱିତୀୟ ଡୋଜ ନେବା ଦ୍ୱାରା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଏ। ଯାହା କୋଭିଡକୁ ହରାଇବାରେ ସାହାଯ୍ୟ କରିବ। ତେଣୁ ଏହି ୨ଟି ଡୋଜକୁ ସଠିକ ସମୟ ମଧ୍ୟରେ ଗ୍ରହଣ କରିବା ଆବଶ୍ୟକ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.