ଭଦ୍ରକ:ତହସିଲ ଆଗରେ ୭ଦିନ ହେଲା ଆମରଣ ଅନଶନରେ ବସିଛି ବିଜେପି, ବୁଝାଇବାକୁ ପହଞ୍ଚୁନାହାନ୍ତି ପ୍ରଶାସନିକ ଅଧିକାରୀ

ଚାନ୍ଦବାଲି(କେନ୍ୟୁଜ୍): ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଭାଟପଡା ପଂଚାୟତରେ ବିଭିନ୍ନ ଯୋଜନାରେ ହୋଇଥିବା ଦୁର୍ନୀତିର ସଠିକ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ଦାବି କରି ଚାନ୍ଦବାଲି ତହସିଲ ଆଗରେ ୭ଦିନ ହେଲା ଆମରଣ ଅନଶନ ଜାରି ରଖିଛି ବିଜେପି । ତେବେ ଏହି ଆମରଣ ଅନଶନ ସମୟରେ ୨ଜଣ ଅସୁସ୍ଥ ହୋଇପଡିବାରୁ ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଦୀର୍ଘ ୭ଦିନ ହେଲା ବିଜେପିର  କର୍ମୀମାନେ ଆମରଣ ଅନଶନ କରୁଥିଲେ ବି ପ୍ରଶାସନର କୈାଣସି ଅଧିକାରୀ ସେମାନଙ୍କ ପାଖରେ ପହଞ୍ଚିନଥିବାରୁ ଅସନ୍ତୋଷ ବଢିବାରେ ଲାଗିଛି । ପୂର୍ବରୁ ଭାଟପଡା ପଂଚାୟତ ଅଫିସ ଆଗରେ ମଧ୍ୟ ଏହି କର୍ମୀମାନେ ଗଣ ଧାରଣାରେ ବସିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.