Below header

ଗଞ୍ଜାମ: ବକେୟା ଦୁଇହଜାର ଟଙ୍କାକୁ କେନ୍ଦ୍ର କରି ଗାଁ ମନ୍ଦିର ଆଗରେ ଛୁରୀଭୁସି ଜଘନ୍ୟ ମର୍ଡର, ଲୋକେ ସାଜିଲେ ନିରବଦ୍ରଷ୍ଟା

ଭଞ୍ଜନଗର(କେନ୍ୟୁଜ୍):  ଗାଁ ଦାଣ୍ଡରେ ନିର୍ମମ ହତ୍ୟା। ଗାଁ ମନ୍ଦିର ଆଗରେ ଛୁରୀଭୁସି ଜଘନ୍ୟ ମର୍ଡର। ଛୁରୀ ମାରି ହତ୍ୟା କରିବାର ଭିଡିଓ ଏବେ ଭାଇରାଲ ହୋଇଛି। ବକେୟା ଦୁଇହଜାର ଟଙ୍କାକୁ କେନ୍ଦ୍ର କରି ଜଣେ ଯୁବକକୁ ନିର୍ମମ ହତ୍ୟା କରିଛି ଆଉ ଜଣେ ଯୁବକ। ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନାର ଏ. ବରିଡା ଗାଁରେ ଘଟିଛି ଏଭଳି ଲୋମଟାଙ୍କୁରା ହତ୍ୟା। ମୃତକ ଜଣକ ଭାଟପଡା ଗାଁର ଟୁକୁନା ଛଟେଇ। ଛୁରୀମାରି ହତ୍ୟା କରିଥିବା ଯୁବକ ଏ. ବରିଡା ଗାଁର ରାଧାକୃଷ୍ଣ ସାହୁ।

ରାଧାକୃଷ୍ଣ ହତ୍ୟା କରୁଥିବା ସମସ୍ତେ ଦେଖୁଥିଲେ ମଧ୍ୟ କେହି ତାଙ୍କୁ ଅଟକାଇବାକୁ ସାହସ କରିନଥିଲେ। କିନ୍ତୁ ସେଠାରେ ଉପସ୍ଥିତ ଜଣେ ମହିଳା ସାହସ ଜୁଟାଇ ରୋକି ଥିଲେ। ହତ୍ୟାକାରୀ ଯୁବକକୁ ପୋଲିସ ଗିରଫ କରିଛି। ହତ୍ୟାର ଶିକାର ଯୁବକ ଜଣକ ନିଜକୁ ବଞ୍ଚାଇବା ପାଇଁ ଚେଷ୍ଟାକରିଥିଲେ ମଧ୍ୟ ଶେଷରେ ଘଟଣାସ୍ଥଳରେ ପ୍ରାଣ ହରାଇଥିଲେ। କବିସୂର୍ଯ୍ୟନଗର ଥାନା ପୋଲିସ ହତ୍ୟାକାରୀକୁ ଗିରଫ କରି ତଦନ୍ତ ଚଳାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.