Below header

କୋରାପୁଟ: ବୋଲେରୋ ଗାଡ଼ି ଭିତରୁ ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

କୋରାପୁଟ(କେ ନ୍ୟୁଜ): ପୋଲିସ ହାତରେ ଧରା ପଡିଲେ ଏକ ବଡ ଗଞ୍ଜେଇ ଚାଲାଣ ର‍୍ୟାକେଟ୍ ‌। କୋରାପୁଟରୁ ପୁଣି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ । କୋରାପୁଟ ଜିଲ୍ଲା ମାଛକୁଣ୍ଡ ଥାନା ହନୁମାଳ ଛକରୁ ପ୍ରାୟ ୮ କ୍ୱିଣ୍ଟାଲ ଗଞ୍ଜେଇ ଜବତ ହୋଇଛି। ମାଛକୁଣ୍ଡ ପୋଲିସ ଓ ବିଏ୍‌ଏଫ୍‌ର ମିଳିତ ଚଢାଉରେ ଏକ ବୋଲେରୋ ଭିତରୁ ଗଞ୍ଜେଇ ଜବତ କରାଯାଇଛି ।

ଏହାସହ ଦେଶୀ ବନ୍ଧୁକ ଓ ୨ ରାଉଣ୍ଡ ଗୁଳି ଜବତ କରିଛି ପୋଲିସ । ମାଲକାନଗିରିରୁ ଛତିଶଗଡକୁ ଗଞ୍ଜେଇ ଚୋରା ଚାଲାଣ ହେଉଥିଲା । ଘଟଣାସ୍ଥଳରୁ ଗଞ୍ଜେଇ ମାଫିଆ ଫେରାର ହୋଇଯାଇଛି । ଗତ ଦୁଇଦିନ ପୂର୍ବରୁ ସମ୍ପୃକ୍ତ ଅଞ୍ଚଳରୁ ଦେଢ କୋଟି ଟଙ୍କାର ଗଞ୍ଜେଇ ଜବତ ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.