ଲାଲ ଚୁଡି ଶାଢ଼ି ପିନ୍ଧି ଅକ୍ଷୟ କଲେ ଧମାକେଦାର ଡ୍ୟାନ୍ସ , ଭିଡିଓ ଦେଖିଲେ ଆପଣ ବି କରିବେ ଡ୍ୟାନ୍ସ

ଅକ୍ଷୟ କୁମାର ଏବଂ କିଆରା ଆଡଭାଣୀଙ୍କ ଆଗାମୀ ଫିଲ୍ମ ‘ଲକ୍ଷ୍ମୀ’ର ନୂଆ ଗୀତ ‘ବମ୍‌ ଭୋଲେ’ ରିଲିଜ୍‌ ହୋଇଛି। ଏହି ଗୀତ ରିଲିଜ୍‌ ହେବାର ତୁରନ୍ତ ପରେ ୟୁଟ୍ୟୁବରେ ଧମାଲ ମଚାଇବାର ଆରମ୍ଭ କରିଛି। ଏହି ଗୀତରେ ଅକ୍ଷୟ କୁମରେଙ୍କ ଡ୍ୟାନ୍ସ ଦେଖିଲେ ଆପଣ ଏକଦମ୍‌ ଆଶ୍ଚର୍ଯ୍ୟ ହୋଇଯିବେ। ବିଶ୍ୱାସ କରନ୍ତୁ ଭିଡିକୁ ଦେଖିବା ପରେ ଆପଣଙ୍କୁ ବି ନାଚିବାକୁ ଇଚ୍ଛା ହେବ।

bholeଅକ୍ଷୟ କୁମାର ଏହି ଭିଡିଓରେ ଟ୍ରାନ୍ସଜେଣ୍ଡର ରୂପରେ ଭଗବାନ ଭୋଲେନାଥଙ୍କ ଭକ୍ତିରେ ଝୁମୁଥିବା ଦେଖିବାକୁ ମିଳୁଛି। ଭିଡିଓରେ ଅକ୍ଷୟ କୁମାରଙ୍କ ଅନ୍ଦାଜ ବହୁତ ଖତରନାକ ଲାଗୁଛି, କାହିଁକିନା ଗୀତରେ ତାଙ୍କ ଡ୍ୟାନ୍ସ ଷ୍ଟେପ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି। ଭିଡିଓରେ ଅକ୍ଷୟ କୁମାର ଲାଲ ଶାଢ଼ି ଏବଂ ହାତରେ ଚୁଡି ପିନ୍ଧି କେତେବେଳେ ବିଭୂତି ତ କେତେବେଳେ ରଙ୍ଗ ପୁଣି କେତେବେଳେ ତ୍ରିଶୂଳ ସହିତ ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳୁଛି।

bombଅକ୍ଷୟ କୁମାରଙ୍କ ଏହି ଗୀତ ‘ବମ୍‌ ଭୋଲେ’ ଫ୍ୟାନ୍ସଙ୍କୁ ଏତେ ମାତ୍ରାରେ ପସନ୍ଦ ଆସୁଛି ଯେ କିଛି ମିନିଟ ଭିତରେ ଭିଡିଓକୁ ୨୫ ହଜାର ରୁ ଅଧିକ ଭ୍ୟୁଜ୍‌ ମିଳିସାରିଛି। ଏହି ଗୀତକୁ ସିଙ୍ଗର ‘ଭାଇରସ’ ନିଜ ସ୍ୱର ଦେଇଛନ୍ତି। ଅକ୍ଷୟ କୁମାରଙ୍କ ଏହି ଗୀତ ଫ୍ୟାନ୍ସଙ୍କୁ ବହୁତ ପସନ୍ଦ ଆସୁଥିବା ସହ ଖୁବ୍‌ ଲାଇକ ମଧ୍ୟ ମିଳୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.