Below header

ଅନୁଗୁଳ: ଭିଜିଲାନ୍ସ ଜାଲରେ ବଇଣ୍ଡା ଗ୍ରାମ୍ୟ ଉନ୍ନୟନ ବିଭାଗ କନିଷ୍ଠ ଯନ୍ତ୍ରୀ, ଏକାଧିକ ସ୍ଥାନରେ ଚାଲିଛି ଚଢ଼ାଉ

ଅନୁଗୁଳ(କେ ନ୍ୟୁଜ): ଭିଜିଲାନ୍ସ ଜାଲରେ ଧରା ହେଲେ ଗ୍ରାମ୍ୟ ଉନ୍ନୟନ ବିଭାଗ କନିଷ୍ଠ ଯନ୍ତ୍ରୀ । ଅନୁଗୁଳ ଜିଲ୍ଲା ବଇଣ୍ଡା ଗ୍ରାମ୍ୟ ଉନ୍ନୟନ ବିଭାଗ କନିଷ୍ଠ ଯନ୍ତ୍ରୀ ବସନ୍ତ କୁମାର ବସ୍ତିଆଙ୍କ ଘରେ ରେଡ୍‌ କରାଯାଇଛି। ତାଙ୍କ ସରକାରୀ ବାସଭବନ ସମେତ ଅନ୍ୟ ଦୁଇଟି ବାସଭବନ ଓ ସମ୍ପର୍କୀୟଙ୍କ ଘର ଚଢାଉ ହୋଇଛି । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ କରିଛି ଭିଜିଲାନ୍ସ ବିଭାଗ ।

ତାଙ୍କ ବଇଣ୍ଡା ସ୍ଥିତ ବାସଭବନରୁ ନଗଦ ୮୧ ହଜାର ଟଙ୍କା ସହ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ମଧ୍ୟ ଜବତ ହୋଇଛି । ଏବେ ବି ବିଭିନ୍ନ ସ୍ଥାନରେ ଚଢାଉ ଜାରି ରହିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.