Below header

ଗଞ୍ଜାମ ଜିଲ୍ଲାପାଳଙ୍କ ଅଭିନବ ନିୟମ “ପାଠପଢ଼ା ବାତାବରଣ ବୃଦ୍ଧି କରିବା ପାଇଁ ଶ୍ରେଣୀ ମଧ୍ୟକୁ ମୋବାଇଲ ନେଇପାରିବେ ନାହିଁ ଶିକ୍ଷକ ଶିକ୍ଷୟିତ୍ରୀ”

ଗଞ୍ଜାମ(କେନ୍ୟୁଜ୍) : ଛାତ୍ରଛାତ୍ରୀଙ୍କ ମଧ୍ୟରେ ପାଠପଢ଼ା ବାତାବରଣ ବୃଦ୍ଧି କରିବା ପାଇଁ ଗଞ୍ଜାମ ଜିଲ୍ଲାପାଳଙ୍କ ନୂଆ ପଦକ୍ଷେପ । ଏଣିକି ଶ୍ରେଣୀଗୃହ ଭିତରକୁ ମୋବାଇଲ ନେଇପାରିବେ ନାହିଁ ଶିକ୍ଷକ ଶିକ୍ଷୟିତ୍ରୀ। ଏହି ନିୟମକୁ ସମସ୍ତ ବିଦ୍ୟାଳୟରେ ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ଶିକ୍ଷକ ଶିକ୍ଷୟିତ୍ରୀମାନେ ନିୟମ ପାଳନ ନକଲେ ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି । ସେପଟେ ଏହି ନିୟମ ଠିକ୍ ଭାବେ କାର‌୍ୟ୍ୟକାରୀ ହେଉଥିବା କହିଛନ୍ତି ସିଟି ହାଇସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ । ଜିଲ୍ଲାପାଳଙ୍କ ଦ୍ୱାରା ନିଆଯାଇଥିବା ପଦକ୍ଷେପକୁ ବ୍ରହ୍ମପୁର ସମେତ ଜିଲ୍ଲାର ସମସ୍ତ ବିଦ୍ୟାଳୟରେ କଡାକଡି ଭାବେ ପାଳନ କରାଯାଉଛି। ଏହି ପଦକ୍ଷେପକୁ ସମସ୍ତ ବିଦ୍ୟାଳୟରେ ପାଳନ କରାଯିବା ସହ ଶିକ୍ଷକ ଶିକ୍ଷୟିତ୍ରୀମାନେ ସ୍ୱାଗତ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.