Below header

ଝାଳ ଗନ୍ଧ ପାଇଁ ଝଗଡ଼ା : ସାଙ୍ଗକୁ ଛୁରୀ ଭୁଷିଲା ସାଙ୍ଗ, ଦୁଇଜଣ ଆହତ ହୋଇ ହସ୍ପିଟାଲରେ

ଦୁଇ ସାଙ୍ଗଙ୍କ ମଧ୍ୟରେ ଗୋଟିଏ ଛୋଟିଆ କଥା ଏତେ ବଢ଼ିଯାଇଥିଲା ଯେ କଥା ଛୁରୀ ଭୁଷିବା ପର୍ଯ୍ୟନ୍ତ ପହଞ୍ଚିଗଲା। ଘଟଣାଟି ଘଟିଛି ବେଙ୍ଗାଲୁରୁର ମାବଲି ଅଞ୍ଚଳର ଏଲବିଏଫ୍ ରୋଡରେ।

ଖବର ମୁତାବକ, ଦୁଇ ସାଙ୍ଗ ସୋଏବ ପାସା ଓ ନବୀ ଏଲବିଏଫ୍ ରୋଡରେ ଭେଟ ହୋଇଥିଲେ, ସେତେବେଳେ ନବୀ ସୋଏବଙ୍କୁ ଆଲିଙ୍ଗନ କରିବାକୁ ଚେଷ୍ଟା କରିଥିଲେ। ହେଲେ ସୋଏବ ନବୀଙ୍କୁ ଧକ୍କା ଦେଇ ତାଙ୍କ ଦେହରୁ ଝାଳ ଗନ୍ଧ ବାହାରୁଥିବା କହିଥିଲେ। ଏଇ ଛୋଟିଆ କଥାକୁ ନେଇ ଯୁକ୍ତିତର୍କ ହେଲା ଓ କଥା ଏତେ ବଢ଼ିଯାଇଥିଲା ଯେ ନବୀ ସୋଏବଙ୍କୁ ଗାଳି ଗୁଲଜ କରିବାକୁ ଲାଗିଲେ। ଆଉ ଶେଷରେ ପାଖରେ ରଖିଥିବା ଏକ ଛୁରୀ ବାହାର କରି ସୋଏବଙ୍କ ପେଟକୁ ଭୁଷିଦେଲେ। ତେବେ କଥା ଏତିକିରେ ଅଟକି ନ ଥିଲା। ଆହତ ସୋଏବ ଯେତେବେଳେ ଭାଇ ଶାହିଦଙ୍କୁ ସାହାଯ୍ୟ ପାଇଁ ଡାକିଲେ, ସେତେବେଳେ ନବୀ ଫେରାର ହେବା ପୂର୍ବରୁ ଶାହିଦଙ୍କୁ ବି ଛୁରୀ ଭୁଷିବାକୁ ପଛାଇ ନ ଥିଲେ।

ଆହୁରି ପଢନ୍ତୁ: ପ୍ରତ୍ୟେକ ବ୍ୟକ୍ତିଙ୍କୁ ଦୈନିକ ମିଳିବ ୭୦ ଲିଟର ପାଣି, କେଉଁଠି ଜାଣନ୍ତୁ

ବାଙ୍ଗାଲୋର ପୋଲିସ ନବୀଙ୍କ ବିରୋଧରେ ଆଇପିସି ଦଫା ୩୦୭ ଅନୁଯାୟୀ ମାମଲା ରୁଜୁ କରିଛି। ନବୀ ଏକ ଅଟୋମୋବାଇଲ ଦୋକାନରେ କାମ କରନ୍ତି। ମଙ୍ଗଳବାର ପୋଲିସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେପଟେ ଆହତ ଦୁଇ ଭାଇ ସୋଏବ ଓ ଶାହିଦ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.