କେନ୍ଦୁଝର: ବିପର୍ଯ୍ୟସ୍ତ ରାସ୍ତା ଯୋଗୁଁ ଆସିଲାନି ଆମ୍ବୁଲାନ୍ସ, ଝୁଡ଼ିରେ ବୁହା ହେଲେ ମହିଳା ରୋଗୀ       

ବାଂଶପାଳ: ବିପର୍ଯ୍ୟସ୍ତ ରାସ୍ତା ଯୋଗୁଁ ଆସିପାରିଲାନି ଆମ୍ବୁଲାନ୍ସ ତେଣୁ ଝୁଡିରେ ବୁହା ହୋଇ ଡାକ୍ତରଖାନା ଆସିଛନ୍ତି ମହିଳା ରୋଗୀ। ଏଭଳି ଘଟଣା ଘଟିଛି ବାଂଶପାଳ ବ୍ଲକ ଅନ୍ତର୍ଗତ ଉପର ରଢୁଆଁ ଗ୍ରାମରେ। କେବଳ ଏହି ରଢୁଆଁ ଗ୍ରାମ ନୁହେଁ ବରଂ କେନ୍ଦୁଝର ଜିଲ୍ଲାର ଅନେକ ଗ୍ରାମର ଗ୍ରାମବାସୀ  ଏଭଳି ଅସୁବିଧାର ସମ୍ମୁଖିନ ହେଉଛନ୍ତି। ବିଶେଷ କରି ଯାତାୟାତ ପାଇଁ ନିତିଦିନିଆ ରାସ୍ତା ଖଣ୍ଡେ ନଥିବାରୁ ଗୁରୁତର ରୋଗୀଙ୍କ ପାଇଁ ଆମ୍ବୁଲାନ୍ସଟିଏ ମଧ୍ୟ ଆସିପାରେ ନାହିଁ । ଯାହାଫଳରେ ରୋଗୀ ମାନଙ୍କୁ ଖଟିଆ କିମ୍ବା ଭାରରେ ବୁହା ହୋଇ ଡାକ୍ତରଖାନକୁ ଆସିବାକୁ ପଡେ।

 

କେନ୍ଦୁଝର ଜିଲ୍ଲାରୁ ୨୦ କିଲୋମିଟର ଦୂରରେ ଥିବା ଏହି ରଢୁଙ୍ଗା ଗାଁରେ ଅନେକ ଜୁଆଙ୍ଗ ସମ୍ପ୍ରଦାୟର ଲୋକ ବାସ କରନ୍ତି। ଠାକୁରଡିହିଠାରୁ ଗୋନାସିକା ରାସ୍ତାରୁ ଉକ୍ତ ଗ୍ରାମକୁ ଯାଇଥିବା ରାସ୍ତାଟି ଖରାପ ଥିବାରୁ ଲୋକମାନେ ଯିବା ଆସିବା କରିବାରେ ଅସୁବିଧା ଭୋଗୁଛନ୍ତି। ଏନେଇ ବାରମ୍ବାର ପ୍ରଶାସନକୁ ଜଣାଇଥିଲେ ମଧ୍ୟ କେହି ଶୁଣୁ ନଥିବାର ଅଭିଯୋଗ ହୋଇଛି। ଉକ୍ତ ଗ୍ରାମରେ ମୋବାଇଲ ସେବା ମଧ୍ୟ ବିପର୍ଯ୍ୟସ୍ତ ହୋଇପଡ଼ିଛି। ଯାହାଦ୍ବାରା କିଛି ଜରୁରୀକାଳୀନ ପରିସ୍ଥିତିରେ ମଧ୍ୟ ବହୁ କଷ୍ଟରେ ଆମ୍ବୁଲାନ୍ସକୁ ଯୋଗାଯୋଗ ହୋଇଥାଏ।

 

ଆମ୍ବୁଲାନ୍ସ ଆସିଲେ ମଧ୍ୟ ରାସ୍ତା ଭଲ ନଥିବାରୁ ଗ୍ରାମରେ ରୋଗୀ ପାଖରେ ପହଞ୍ଚି ପାରେ ନାହିଁ। ଏଣୁ ବାଧ୍ୟ ହୋଇ ରୋଗୀଙ୍କୁ ଗ୍ରାମରୁ ଝୁଡିରେ ବୋହି  ଆମ୍ବୁଲାନ୍ସ ନିକଟକୁ ପହଞ୍ଚାଇବାକୁ ପଡିଥାଏ ବୋଲି ସ୍ଥାନୀୟବାସିନ୍ଦା କହିଛନ୍ତି। ଯେହେତୁ ଭାରରେ ବୁହା ହୋଇ ରୋଗୀ ଆମ୍ବୁଲାନ୍ସ ପାଖକୁ ଆସିଥାଏ ତେଣୁ ଏହି କାରଣରୁ ରୋଗୀ  ବିଳମ୍ବରେ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ପହଞ୍ଚିଥାଏ। ଅନେକ ସମୟରେ ରୋଗୀ ଗୁରୁତର ହୋଇ ମୃତ୍ୟୁମୁଖରେ ପଡନ୍ତି ବୋଲି ସ୍ଥାନୀୟ ଅଧିବାସୀ ତଥା ଜଙ୍ଗଲ ସୁରକ୍ଷା ସମିତିର ସଭାପତି ପ୍ରାଣବଲ୍ଲଭ ଘଣା କହିଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.