Below header

ମୋତିଲାଲ ବୋରା ହୋଇପାରନ୍ତି କଂଗ୍ରେସର ମଧ୍ୟବର୍ତ୍ତୀ କାଳୀନ ଅଧ୍ୟକ୍ଷ

ରାହୁଲ ଗାନ୍ଧୀଙ୍କ ଇସ୍ତାଫା ପରେ ଏବେ କଂଗ୍ରେସର ବରିଷ୍ଠ ନେତା ଏବଂ ଗାନ୍ଧୀ ପରିବାର ଖୁବ ଘନିଷ୍ଠ ମୋତି ଲାଲ ବୋରା ଦଳର ମଧ୍ୟବର୍ତ୍ତୀ ଅଧ୍ୟକ୍ଷ ହେବା ଶୁଣିବାକୁ ମିଳିଛି। ଦଳରୁ ମିଳିଥିବା ସୂଚନା ମୁତାବକ, କଂଗ୍ରେସ ଦଳର ସ୍ଥାୟୀ ଅଧ୍ୟକ୍ଷ ନିଯୁକ୍ତ ହେବା ଯାଏ ବୋରାଙ୍କୁ ପଦଭାର ଦିଆଯିବ। ତେବେ ଦଳ ପକ୍ଷରୁ ଏନେଇ କୌଣସି ଆନୁଷ୍ଠାନିକ ଭାବେ ସୂଚନା ମିଳି ନାହିଁ।

ଆପଣଙ୍କୁ ଜଣାଇବାକୁ ଚାହିଁବୁ ମୋତିଲାଲ ବୋରା ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଏବଂ ଉତ୍ତର ପ୍ରଦେଶର ରାଜ୍ୟପାଳ ରହି ସାରିଛନ୍ତି। ତାଙ୍କୁ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ପାଖ ଲୋକ ବୋଲି ମଧ୍ୟ କୁହାଯାଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.