Below header

ସ୍ୱଚ୍ଛତା ପାଇଁ କଟିଲା ଚାଲାଣ, ମଦ ଦୋକାନୀଙ୍କୁ ୧ଲକ୍ଷ ଜରିମାନା

ବ୍ରହ୍ମପୁର(କେନ୍ୟୁଜ୍): ସାଇକେଲରେ ବ୍ରହ୍ମପୁର ସହରର ବିଭିନ୍ନ ସାହି ବୁଲି ବୁଲି ସ୍ୱଚ୍ଛତାର ତଦାରଖ କଲେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ । ବ୍ରହ୍ମପୁର ସହରକୁ ସ୍ୱଚ୍ଛ ରଖିବା ନିମନ୍ତେ ଗତ ଏକ ମାସ ହେଲା ରାତିରେ ସଫେଇ କାର୍ଯ୍ୟ ଚାଲୁ ରହିଥିବା ବେଳେ ସକାଳ ସମୟରେ କିଭଳି ଦେଖାଯାଉଛି ସହର ସେ ନେଇ ବିଭିନ୍ନ ସ୍ଥାନକୁ ବୁଲିଥିଲେ । ଏହି ସମୟରେ ସହରର ବିଭିନ୍ନ ଛକରେ ରହିଥିବା ୪ଟି ଦୋକାନକୁ ୧୦ ହଜାର ଲେଖାଏଁ ଜରିମାନା ସହିତ କିଛି ଦୋକାନରୁ ପଲିଥିନ୍ ମଧ୍ୟ ଜବତ କରିଛନ୍ତି। ଏହାସହିତ ଏକ ଦେଶୀ ମଦ ଦୋକାନ ସମ୍ମୁଖରେ ଆବର୍ଜନା ପଡ଼ିଥିବା ଯୋଗୁଁ ଉକ୍ତ ଦୋକାନକୁ ଏକ ଲକ୍ଷ ଟଙ୍କା ଜରିମାନା ପକାଇଛନ୍ତି ଜିଲ୍ଲାପାଳ । ତେବେ ସହରକୁ ସ୍ୱଚ୍ଛ ରଖିବା ନିମନ୍ତେ ଖୋଦ୍ ଜିଲ୍ଲାପାଳ ତଦାରଖ କରୁଥିବା ଯୋଗୁଁ ଏହାକୁ ସ୍ୱାଗତ କରିଛନ୍ତି ବ୍ରହ୍ମପୁର ବାସିନ୍ଦା । ଏହାଛଡ଼ା ପୂର୍ବ ଅପେକ୍ଷା ସହରର ଚିତ୍ର ଧିରେ ଧିରେ ପରିବର୍ତ୍ତନ ହେଉଥିବା ମଧ୍ୟ କହିଛନ୍ତି ସହରବାସିନ୍ଦା ।

collecter-ଆଜି ସକାଳ ୬ଟା ସମୟରେ ବ୍ରହ୍ମପୁର ସହରକୁ ଆସି ପ୍ରଥମେ ମହାନଗର ନିଗମର କାର୍ଯ୍ୟାଳୟରେ ପହଞ୍ଚିଥିଲେ । ଏହାପରେ ମହାନଗର ନିଗମରୁ ଏକ ସାଇକେଲରେ ବାହାରିଥିଲେ ଜିଲ୍ଲାପାଳ ସହରର ସ୍ୱଚ୍ଛତା ଦେଖିବା ନିମନ୍ତେ । ଗେଟ୍ବଜାର, ନୂଆ ବସଷ୍ଟାଣ୍ଡ, କୋର୍ଟପେଟା ଛକ, କମାପଲ୍ଲୀ ଛକ, କମାପଲ୍ଲୀ ଓଭରବ୍ରିଜ୍, ଲାଞ୍ଜିପଲ୍ଲୀ ଛକ ଭଳି ବିଭିନ୍ନ ସାହିକୁ ସାହି ସାଇକେଲରେ ବୁଲି ସ୍ୱଚ୍ଛତା ଦେଖିଥିଲେ ଜିଲ୍ଲାପାଳ । ଏହି ସମୟରେ କମାପଲ୍ଲି ନିକଟରେ ରହିଥିବା ଏକ ଛତୁ ଦୋକାନୀ ପଲିଥିନ୍ ବ୍ୟବହାର କରି ବିକ୍ରିବଟା କରୁଥିବା ଯୋଗୁଁ ଉକ୍ତ ଦୋକାନୀ ଠାରୁ ପଲିଥିନ୍ ଜବତ କରିବା ସହିତ ଦୋକାନୀକୁ ୧୦ହଜାର ଟଙ୍କା ଏବଂ ଲାଞ୍ଜିପଲ୍ଲୀ ନିକଟରେ ରହିଥିବା ଏକ ଜଳଖିଆ ଦୋକାନ ସମ୍ମୁଖରେ ଅଳିଆ ଆବର୍ଜନା ପଡ଼ିଥିବା ଯୋଗୁଁ ଉକ୍ତ ଦୋକାନୀ ମାଲିକଙ୍କୁ ୧୦ ହଜାର ଟଙ୍କା ଜରିମାନା ରାଶି ଲଗାଇଥିଲେ। ସେହିପରି ଅନ୍ୟ ଦୁଇଟି ଦୋକାନ ଉପରେ ମଧ୍ୟ ୧୦ ହଜାର ଟଙ୍କା ଲେଖାଏଁ ଜିଲ୍ଲାପାଳ ଜୋରିମାନା ଲଗାଇଛନ୍ତି। ପୂର୍ବରୁ ସମସ୍ତ ବାଣିଜ୍ୟିକ ଅନୁଷ୍ଠାନ, ବିଭିନ୍ନ ଦୋକାନ ଏବଂ ଲୋକଙ୍କୁ ଅଳିଆ ଆବର୍ଜନା ପକାଇବା ନିମନ୍ତେ ଡ଼ଷ୍ଟବିନ୍ ବ୍ୟବହାର କରିବା ପାଇଁ ସଚେତନ କରାଯାଇଥିବା ବେଳେ ଧିରେ ଧିରେ ବର୍ତ୍ତମାନ ଡ଼ଷ୍ଟବିନ୍ ବ୍ୟବହାର କରୁଛନ୍ତି ସହରବାସୀ । ପୂର୍ବ ଅପେକ୍ଷା ୭୦ ପ୍ରତିଶତ ପରିବର୍ତ୍ତନ ଆସିଛ ଲୋକମାନଙ୍କ ଠାରେ ବୋଲି କହିଛନ୍ତି ଜିଲ୍ଲାପାଳ । ଏଭଳି ସ୍ୱଚ୍ଛତା କ୍ଷେତ୍ରରେ ପୂର୍ବରୁ ଲୋକମାନଙ୍କୁ ସଚେତନ କରାଯାଇଥିବା ବେଳେ ଯେଉଁମାନେ ଏହାକୁ ପାଳନ ନ କରନ୍ତି ସେମାନଙ୍କ ବିରୁଦ୍ଧରେ ଏଭଳି ଜୋରିମାନା ଆଦାୟ କରାଯିବ ବୋଲି କହିଛନ୍ତି ମହାନଗର ନିଗମର ଡ଼େପୁଟି କମିଶନର ରୋମାଞ୍ଚଳ ଖମାରୀ ।

collecterପୂର୍ବରୁ ରାତି ସମୟରେ ଚାଲି ଚାଲି ନିଜେ ଜିଲ୍ଲାପାଳ ସହରର ବିଭିନ୍ନ ସ୍ଥାନକୁ ଯାଇ ସ୍ୱଚ୍ଛତା ନିମନ୍ତେ ସଚେତନ କରାଇବା ସହିତ ଜୋରିମାନା ପକାଇଥିଲେ । ତେବେ ଜିଲ୍ଲାପାଳଙ୍କ ଏଭଳି ପଦକ୍ଷେପକୁ ସହରବାସୀ ସ୍ୱାଗତ କରିଛନ୍ତି । ଆଜି ଜିଲ୍ଲାପାଳଙ୍କ ସମେତ ମହାନଗର ନିଗମର ବହୁ ଅଧିକାରୀ ମାନେ ସାଇକେଲରେ ବୁଲି ସହରର ସ୍ୱଚ୍ଛତା ଯାଞ୍ଚ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.