ଗୁଡ୍ ନ୍ୟୁଜ୍ ଇଣ୍ଡିଆ ଡ୍ରିମ ହୋମର ଛତ୍ରପୁର ଶାଖା ସିଲ, ଅନ୍ତେବାସୀ ମାନଙ୍କୁ ପରିବାରବର୍ଗଙ୍କୁ ହସ୍ତାନ୍ତର

ଗଞ୍ଜାମ(କେ ନ୍ୟୁଜ୍): ଗଞ୍ଜାମ ଜିଲ୍ଲା ଛତ୍ରପୁର ନିକଟ ସାହେବଜେନାପଲ୍ଲୀ ଠାରେ ଥିବା ଗୁଡ୍ ନ୍ୟୁଜ୍ ଇଣ୍ଡିଆ ଡ୍ରିମ ହୋମ ଶାଖାରେ ଗତ ଦୁଇ ଦିନ ତଳେ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶରେ ଜିଲ୍ଲା ଶିଶୁ ସୁରକ୍ଷା , ଶିଶୁ କଲ୍ୟାଣ କମିଟି ଓ ଚାଇଲଡ ଲାଇନ ମିଳିତ ଭାବେ ପୋଲିସ ସହାୟତାର ଚଢାଉ କରାଯାଇଥିଲା । ଚଢାଉ ବେଳେ ଏହି ସେଲଟର ହୋମରେ ୧୩୪ ଜଣ ବାଳକ ବାଳିକାଙ୍କୁ ଉଦ୍ଧାର କରାଯାଇଥିଲା । ସେମାନଙ୍କୁ ବେଆଇନ ଓ ଅସ୍ୱାସ୍ଥ୍ୟକର ପରିବେଶ ମଧ୍ୟରେ ରଖାଯାଇଥିବାର ଦେଖାଯାଇଥିଲା । ଆଜି ସମସ୍ତ ଶିଶୁଙ୍କୁ CWCଙ୍କ ନିକଟରେ ହାଜର କରାଯିବା ପରେ ଅଭିଭାବକଙ୍କୁ ହସ୍ତାନ୍ତର କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.