ଅପରିଚିତ ଜୀବନ ଦାତାଙ୍କୁ ବର୍ଷକ ପରେ ଭେଟିଲେ ଦୁଇ କୁନି ଝିଅ , ସଂପୂର୍ଣ୍ଣ କାହାଣୀ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ବେଙ୍ଗାଲୁରୁ (କେନ୍ୟୁଜ୍) : କଥାରେ ଅଛି ରକ୍ତ ଦାନ ମହତ କାମ। ଆପଣ ରକ୍ତ ଆଉ କାହାର ଜୀବନ ବଞ୍ଚାଇ ପାରିବ। ଲୋକଙ୍କ ମଧ୍ୟରେ ରକ୍ତ ଦାନକୁ ସେଇ ସଚେତନାତା ବଢ଼ିବା ସହ ଆଜି କାଲି ବିଭିନ୍ନ ପ୍ରକାରର ରକ୍ତଦାନ ଶିବିର ମଧ୍ୟ ଆୟୋଜନ କରାଯାଉଛି। ଶିବିର ହେଉବା କୌଣସି ଡ଼ାକ୍ତରଖାନା ସାଧାରଣତଃ ଲୋକମାନେ ରକ୍ତଦାନ କରି ଭୁଲିଯାଇଥାନ୍ତି। କିନ୍ତୁ ଆଜି ଏପରି ଏକ ଘଟଣା ବିଷୟରେ କହିବାକୁ ଯାଉଛୁ ଯାହାକୁ କିଏ ହଠାତ୍ ବିଶ୍ବାସ କରିପାରିବେ ନାହିଁ।

ବେଙ୍ଗାଲୁରୁର ଦେଖିବାକୁ ମିଳିଛି ଏକ ଆଶ୍ଚର‌୍ୟ୍ୟକର ଘଟଣା। ବେଙ୍ଗାଲୁରୁର ଦୁଇ ଭିନ୍ନ ଭିନ୍ନ ସ୍ଥାନରେ ୨୦୧୭ ମସିହା ଅର୍ଥାତ୍ ଗତ ବର୍ଷ ଦୁଇ ନବଜାତ ଶିଶୁଙ୍କୁ ଜନ୍ମ ସମ୍ବନ୍ଧୀୟ ସମସ୍ୟାର ସାମ୍ନା କରିବାକୁ ପଡ଼ିଥିଲା। ତାଙ୍କୁ ଡ଼ାକ୍ତରଖାନାରେ ଭର୍ତ୍ତି କରାଯିବା ସହ ପଡ଼ିଥିଲା ରକ୍ତର ଆବଶ୍ୟକତା। କିନ୍ତୁ ପରିବାର ଲୋକ ଦୁଇ କୁନି ଜୀବନ ପାଇଁ ରକ୍ତ ସଂଗ୍ରହ କରିବାରେ ବିଫଳ ହୋଇଥିଲେ। ଫଳରେ ପରିବାର ଲୋକ ଆଶାହୀନ ହୋଇ ଦୁଃଖରେ ଭାଙ୍ଗିପଡ଼ିଥିଲେ।

ଏପରି ଅସୁବିଧା ସମୟରେ ସାହାଯ୍ୟର ହାତ ବଢ଼ାଇଥିଲେ ଜଣେ ଅଜଣା ଏବଂ ଅପରିଚିତ ବ୍ୟକ୍ତି। ନିଃସ୍ବାର୍ଥରେ ରକ୍ତାଦାନ କରି ବଞ୍ଚାଇଥିଲେ ଦୁଇ ଶିଶୁଙ୍କ ଜୀବନ। ଏହାପରେ ଉଦ୍ଭୟ ପରିବାର ସେହି ମହାନ ବ୍ୟକ୍ତିଙ୍କୁ ଅନେକ ଖୋଜିବା ସହ ତାଙ୍କୁ ଧନ୍ୟବାଦ ଜଣାଇବାକୁ ଚାହିଁଥିଲେ। କିନ୍ତୁ ଘଟଣାର ପ୍ରାୟ ବର୍ଷକ ପରେ ପରିବାର ଲୋକ ସେହି ବ୍ୟକ୍ତି ଜଣଙ୍କୁ ଖୋଜି ପାଇଛନ୍ତି।

ଗତ ଶୁକ୍ରବାର ଦିନ ଦୁଇ କୁନି ଝିଅ ସେହି ଅଜଣା ବ୍ୟକ୍ତିଙ୍କୁ ଭେଟିଛନ୍ତି। ତାମିଲନାଡ଼ୁର ଦିଶା କେଜ୍(୩) ଏବଂ ମୁମ୍ବାଇର ବନାଶିଖା (୫) ତାଙ୍କୁ ରକ୍ତାଦାନ କରିଥିବା ଡ଼ାକ୍ତର ଶୃତି କକ୍କରଙ୍କୁ ଭେଟିଥିଲେ। ସେଠାକାର ମୂହୂର୍ତ୍ତ ଖୁବ ନିଆରା ଥିଲା । ଦୁଇ ପରିବାରର ସମସ୍ତଙ୍କ ଆଖିରେ ଥିଲା ଲୁହ । ପରିବାରର ସମସ୍ତ ସଦସ୍ୟ ଭାବବିହ୍ବଳ ହୋଇ କାନ୍ଦପକାଇଥିଲେ ଏବଂ ତାଙ୍କ ପରିବାରର କୁନି ଜୀବନକୁ ବଞ୍ଚାଇବା ପାଇଁ ଅଶେଷ ଧନ୍ୟବାଦ ଜଣାଇଥିଲେ।

ରିପୋର୍ଟ : ଗୋବିନ୍ଦ ବାରିକ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.