Below header

ପୁରୀ ପରେ ମିସନ ଗଞ୍ଜାମ : ୨୯୫ କୋଟି ଟଙ୍କା ବ୍ୟୟରେ ୨୩୧ଟି ଉନ୍ନୟନମୂଳକ ପ୍ରକଳ୍ପର ଲୋକାର୍ପଣ

ବ୍ରହ୍ମପୁର (କେନ୍ୟୁଜ୍) : ବ୍ରହ୍ମପୁରର ରଙ୍ଗେଇଲୁଣ୍ଡାରେ ଜିଲ୍ଲା କୃଷକଙ୍କ ମହାସମାବେଶ ଅନୁଷ୍ଠିତ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମାବେଶରେ ଯୋଗଦେଇ ୭୧୬ କୋଟି ଟଙ୍କା ବ୍ୟୟରେ ୪୮ଟି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ସେହିପରି ୨୯୫ କୋଟି ଟଙ୍କା ବ୍ୟୟରେ ୨୩୧ଟି ଉନ୍ନୟନମୂଳକ ପ୍ରକଳ୍ପର ଲୋକାର୍ପଣ କରିଛନ୍ତି।

chasi 3

ଚାଷୀଙ୍କ ଉନ୍ନତି ପାଇଁ ରାଜ୍ୟ ସରକାରଙ୍କ କାଳିଆ ଯୋଜନା ଏକ ଅଂଶବିଶେଷ ବୋଲି କହିଛନ୍ତି ନବୀନ। ଏହା ସହ ଜିଲ୍ଲାକୁ ୧୧ଶହ କୋଟି ଟଙ୍କାର ପ୍ରକଳ୍ପ ଭେଟି ଦିଆଯାଇଥିବା ସୂଚନା ଦେଇଥିଲେ ମୁଖ୍ୟମନ୍ତ୍ରୀ।

chasi 2

ନବୀନ କାଳିଆ ଯୋଜନାର ଏକ ମ୍ୟୁଜିକ ଆଲବମକୁ ଉଦଘାଟନ କରି ଏଥିରେ ଉପକୃତ ହେବାକୁ ଥିବା ଚାଷୀଙ୍କ ବ୍ୟାଙ୍କ ଖାତାକୁ ସୁଇଚ ଟିପି ଟଙ୍କା ପ୍ରଦାନ କରିଥିଲେ। ଜିଲ୍ଲାର ବିଭିନ୍ନ ସ୍ଥାନରୁ ଆସିଥିବା ଚାଷୀମାନେ ମଞ୍ଚରେ କାଳିଆ ଯୋଜନାକୁ ନେଇ ଖୁସି ବ୍ୟକ୍ତ କରିଥିଲେ। ଏହି କାର‌୍ୟ୍ୟକ୍ରମରେ ବରିଷ୍ଠ ନେତା ଓ ମନ୍ତ୍ରୀ ଉପସ୍ଥିତ ଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.