Below header

ରସୁଣ କିଲୋ ୪୦୦ ଟଙ୍କା ! ଦର ଶୁଣି ଡରିଲେଣି ଗ୍ରାହକ

ଅମଳ ସମୟରେ ବଜାରରେ ରସୁଣ କିଲୋକୁ ପାଖାପାଖି ୪ ଶହ ଟଙ୍କାରେ ବିକ୍ରି ହେଉଥିବା ଦେଖିବାକୁ ମିଳିଛି । ତେବେ ଦୁଃଖର କଥା ହେଉଛି ରସୁଣ ଚାଷ କରିଥିବା ଚାଷୀ ନୁହେଁ ଚଢା ଦରରେ ରସୁଣ ବିକ୍ରି କରି ବ୍ୟବସାୟୀ ମାଲାମାଲ ହେଉଛନ୍ତି ।

ସୁନ୍ଦରଗଡ଼(କେନ୍ୟୁଜ): ଆମେ ପ୍ରତିଦିନ ଆମ ଖାଦ୍ୟରେ ବିଭିନ୍ନ ପ୍ରକାରର ପରିବା ଓ ମସଲା ବ୍ୟବହୃତ କରିଥାନ୍ତି । ଯେମିତି ଖାଦ୍ୟର ସ୍ୱାଦ ସ୍ୱାଦିଷ୍ଟ ହେବ। ଖାଦ୍ୟକୁ ସ୍ୱାଦିଷ୍ଟ କରୁଥିବା ସବୁ ମସଲା ପରିବା ମାନଙ୍କ ଭିତରେ ରସୁଣ ଅନ୍ୟତମ । ଏହା ଖାଲି ଖାଦ୍ୟକୁ ସ୍ୱାଦିଷ୍ଟ କରିଥାଏ ତାହା ନୁହେଁ ଶରୀର ପାଇଁ ବି ବହୁତ ଲାଭଦାୟକ । ତେବେ ଗତ କିଛି ଦିନ ହେବ ରୋଷେଇ ଶାଳର ଏହିଅତ୍ୟାବଶ୍ୟକ ସାମଗ୍ରୀର ଦର ସାରା ରାଜ୍ୟରେ ଆକାଶ ଛୁଆଁ ହୋଇଛି । ମାନେ ରସୁଣର ଦର ସୀମା ଟପିଛି ।

ଅମଳ ସମୟରେ ବଜାରରେ ରସୁଣ କିଲୋକୁ ପାଖାପାଖି ୪ ଶହ ଟଙ୍କାରେ ବିକ୍ରି ହେଉଥିବା ଦେଖିବାକୁ ମିଳିଛି । ତେବେ ଦୁଃଖର କଥା ହେଉଛି ରସୁଣ ଚାଷ କରିଥିବା ଚାଷୀ ନୁହେଁ ଚଢା ଦରରେ ରସୁଣ ବିକ୍ରି କରି ବ୍ୟବସାୟୀ ମାଲାମାଲ ହେଉଛନ୍ତି । ସାରା ରାଜ୍ୟରେ ଏହାର ପ୍ରଭାବ ଲାଗି ରହିଥିବା ବେଳେ ସୁନ୍ଦରଗଡ଼ରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି।

ତେବେ ବଜାରରେ ଏବେ ରସୁଣ ଦର ଅକାଶ ଛୁଆଁ ହୋଇଛି । ଆଶ୍ଚର୍ଯ୍ୟକର କଥା ହେଉଛି ଅମଳ ସମୟରେ ଉଚ୍ଚା ଦରରେ ବିକ୍ରି ହେଉଛି ରସୁଣ । ରୋଷେଇ ଘରେ ଅଦା ଅଛି, ଅନ୍ୟ ପରିବା ବି ରହିଛି, ହେଲେ ଯେଉଁଭଳି ରସୁଣ ଦରଦାମ ରହିଛି ରୋଷେଇ ଘରୁ ଗାଏବ ହୋଇଯାଇଛି ରସୁଣ । ଦୋକାନରେ ରସୁଣ ଦର କେଜି କୁ ୪ଶହ ଟଙ୍କା ଶୁଣି ଲୋକେ ରସୁଣ ନେଉ ନାହାନ୍ତି ବୋଲି କହିଛନ୍ତି ବେପାରୀ । ଯେଉଁଠାରେ କେଜି କେଜି ରସୁଣ କିଣୁ ଥିଲେ ସେଠି ଲୋକେ ରସୁଣ କିଣିବାକୁ ଡରୁଛନ୍ତି । ଯଦି ବି ରସୁଣ କିଣୁଛନ୍ତି ହେଲେ କିଲେ ଜାଗାରେ ୨୫୦ଗ୍ରାମ ରସୁଣ କିଣି ଘରକୁ ନେଉଥିବା କହିଛନ୍ତି ଗ୍ରାହକ ।

ତେବେ ଏହି ରସୁଣ କିଲୋକୁ ୩୫୦ରୁ୩୮୦ ଟଙ୍କା କଣୁଛନ୍ତି ବ୍ୟବସାୟୀ । ଦୁଇ ସପ୍ତାହ ତଳେ ରସୁଣ କିଲୋ ପିଛା ୧୫୦ରୁ ୨୦୦ ଟଙ୍କା ଥିବାବେଳେ ଅଚାନକ ରସୁଣ ଦର ୪୦୦ ଟଙ୍କା ହୋଇଯାଇଛି । ତେବେ ରୋଷେଇ ଶାଳରେ ଏହି ରସୁଣ ନିହାତି ଆବଶ୍ୟକ ଜିନିଷ ହୋଇଥିଲେ ବି କିଣିବାକୁ ଲୋକେ ଦର ଶୁଣି ମୁହଁ ମୋଡୁଥିବା ଦେଖିବାକୁ ମିଳିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.